୨୪ ରୁ ‘ଓଡ଼ିଶା ଟ୍ରାଭେଲ ବଜାର ୨୦୨୫’

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୨୪ ରୁ ୨୭ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ଷଷ୍ଠ ‘ଓଡ଼ିଶା ଟ୍ରାଭେଲ ବଜାର- ୨୦୨୫’ । ଶିଳ୍ପ ସଂଘ ଫିକି ସହଭାଗିତାରେ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ୨ଟି ଘରୋଇ ହୋଟେଲରେ ଅନୁଷ୍ଠିତ ହେବ ଏହି ଟ୍ରାଭେଲ ବଜାର । ସମ୍ମିଳନୀରେ ଅଂଶଗ୍ରହଣ ଦେଶ ତଥା ବିଦେଶର ବହୁ ଟ୍ରାଭେଲ ଓ ଟୁର ଅପରେଟର, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସାମିଲ ହେବେ । ଆଜି ଭୁବନେଶ୍ଵରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପର୍ୟ୍ୟଟନ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ରାଜ୍ୟରେ ଖୁବଶୀଘ୍ର ଆସିବ ସ୍ଵତନ୍ତ୍ର ୱେଡିଂ ଓଡ଼ିଶା ପଲିସି । ଏଥିରେ ରାଜ୍ୟରେ ଟେମ୍ପୁଲ ୱେଡ଼ିଂ, ଡେଷ୍ଟିନେସନ୍ ୱେଡ଼ିଂ ଆଦିକୁ ପ୍ରୋତ୍ସାହିତ କରିବା ଲାଗି ବହୁ ବ୍ୟବସ୍ଥା ରହିବ । ଭିତ୍ତିଭୂମି ବିକାଶ ହେବ । ଆଜି ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପର୍ୟ୍ୟଟନ ସଚିବ ବଲୱନ୍ତ ସିଂହ ଓ ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ” ଓଡ଼ିଶା ଟ୍ରାଭେଲ ବଜାର ୨୦୨୫’ ରେ ଅଷ୍ଟ୍ରେଲିଆ, ବ୍ରିଟେନ, ଜର୍ମାନୀ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ରାଷ୍ଟ୍ରରୁ ୩୦ରୁ ଅଧିକ ବିଦେଶୀ ଟୁର୍ ଅପରେଟର ଓ ଭାରତର ୩୦ ସହରର ଶହେରୁ ଅଧିକ ଘରୋଇ ଟୁର ଅପରେଟର ଏଥିରେ ଭାଗ ନେବେ । ଓଡ଼ିଶାକୁ ଦେଶର ଏକ ସର୍ବଶ୍ରେଷ୍ଠ ଗନ୍ତବ୍ୟସ୍ଥଳି ଭାବେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ ଏଥିରେ ରାଜ୍ୟରେ ଥିବା ପର୍ୟ୍ୟଟନ ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ଏହାସହ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବି ଟୁ ବି ଓ ବି ଟୁ ଜି ଆଲୋଚନା ମଧ୍ୟ ହେବ । ଟ୍ରାଭେଲ୍ ବଜାର ସମୟରେ ବିଭାଗ ହୋମ ଷ୍ଟେ ପଲିସି, ଆଡଭେଞ୍ଚର୍ ସ୍ପୋର୍ଟ ପଲିସି ଆଣିବ । ଏହାଦ୍ବାରା ରାଜ୍ୟରେ ବହୁ ଉଦ୍ୟୋଗୀ ସୃଷ୍ଟି ହେବା ସହ ଏହି କାର୍ୟ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ”

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ