
ଭୁବନେଶ୍ୱର: ସରକାରୀ କଳରେ ଶତାଧିକ ପ୍ରଶାସନିକ ପଦବୀ ଖାଲିପଡ଼ିଛି । ରାଜ୍ୟରେ ଖାଲିପଡ଼ିଛି ୬୭ ଆଇଏଏସ, ୬୯ ଆଇପିଏସ ପଦବୀ । ଏହାଛଡ଼ା ୯୬ ଆଏଏଫଏସ ପଦବୀ ବି ଖାଲିପଡ଼ିଛି । ଆଜି ଗୃହରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୫୩ ଓଏଏସ ଓ ଓପିଏସ ଏବଂ ୨୭୪ ଓଡ଼ିଶା ଅର୍ଥସେବା ପଦବୀ ଖାଲି ପଡ଼ିଛି । ସେହିପରି ୬୧୧ ଓଡ଼ିଶା ବନସେବା ଓ ୨୬୩ ଓଆରଏସ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।







