କେଶ ପାଚିବା -କାରଣ ଓ ନିରାକରଣ

ଜୀବନଶୈଳୀ, ପରିବେଶ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ଆଜିକାଲି ୨୦-୩୦ ବର୍ଷ ବୟସରେ କେଶ ପାଚିବା ଏକପ୍ରକାର ସାଧାରଣ କଥା ହୋଇଗଲାଣି । ମାନସିକ ଚାପ ଚୁଟି ପାଚିବାକୁ ତ୍ୱରାନ୍ୱିତ କରିଥାଏ । କାର୍ଯ୍ୟଭାର ହେଉ ବା ଅନ୍ୟ କୌଣସି କାରଣରୁ ଦୀର୍ଘ ଦିନ ଧରି ମାନସିକ ଚାପଗ୍ରସ୍ତତା ରହିଲେ ଶରୀରର କୋର୍ଟିସଲ୍‌ ହରମୋନ ସ୍ତର ଅଧିକ ରହି କେଶ ମୂଳକୁ ନଷ୍ଟ କରି ଦେଇଥାଏ, ଫଳରେ ମେଲାନିନ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇ କେଶର ରଙ୍ଗ ବଦଳିଥାଏ । ଏଥିପାଇଁ ପ୍ରତ୍ୟହ ଅନୁୂନ ୭ରୁ ୮ ଘଣ୍ଟା ଉତ୍ତମ ନିଦ୍ରା ଯିବା, ନିୟମିତ ବ୍ୟାୟାମ କରିବା ଓ ୧୦ ମିନିଟ୍‌‌ ଯୋଗ ବା ଧ୍ୟାନ ଅଭ୍ୟାସ କରି ମନକୁ ଚିନ୍ତାମୁକ୍ତ କଲେ କିଛି ଉପଶମ ମିଳିପାରିବ । ଏଣେ ବଜାରରେ ମିଳୁଥିବା ସାମ୍ପୁ ଓ କଣ୍ଡିସନର୍‌‌ରେ ଥିବା କୃତ୍ରିମ ସୁଗନ୍ଧି ଦ୍ରବ୍ୟ ସାଙ୍ଗକୁ ସଲ୍‌‌ଫେଟ୍‌‌ ଓ ପାରାବିନ୍‌‌ ପରି ରାସାୟନିକ ପଦାର୍ଥ କେଶମୂଳରୁ ଝରୁଥିବା ପ୍ରାକୃତିକ ତୈଳର ପ୍ରତିବନ୍ଧକ ସାଜି ଚୁଟିକୁ ଶୁଷ୍କ କରି ଫଟାଇ ଦେଇଥାନ୍ତି ଏବଂ କେଶ ଅକାଳେ ପାଚିବା ଆରମ୍ଭ ହୋଇଥାଏ । ତେଣୁ ସଲ୍‌‌ଫେଟ-ମୁକ୍ତ ତଥା ଉଦ୍ଭିଦ ଆଧାରିତ କେଶ ଉତ୍ପାଦ ବ୍ୟବହାର କରିବା ଭଲ । ସେହିପରି କେଶକୁ ମାତ୍ରାଧିକ ଧୋଇବା ଠିକ୍‌‌ ନୁହେଁ । ଏଥି ସହିତ କେଶରେ ଅର୍ଗାନ୍‌‌ ତୈଳ, ହାଇଡ୍‌ରୋଲାଇଜ୍‌‌ଡ୍‌ କେରାଟିନ ଓ ଆଲୋବେରା ଆଦି ବ୍ୟବହାର କଲେ ଉତ୍ତମ ଫଳ ମିଳିପାରିବ । କେଶ କହରା ହେବାର ଆଉ ଏକ କାରଣ ହେଲା ଆଧୁନିକ କେଶ ବିନ୍ୟାସ ପାଇଁ ତାପ ସରଞ୍ଜାମ ବ୍ୟବହାର କରିବା ଏବଂ କୃତ୍ରିମ ରଙ୍ଗ ବୋଳିବା । ତେଣୁ କୌଣସି ହେୟାର ଷ୍‌ଟ୍ରେଟ୍‌‌ନର୍‌‌ ବ୍ୟବହାର ନକରିବା ସହ ଆମୋନିଆ-ମୁକ୍ତ ତଥା ପ୍ରାକୃତିକ କେଶରଙ୍ଗ ବ୍ୟବହାର କରିବା ଭଲ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କେଶର ରଙ୍ଗ ପାଇଁ ଦାୟୀ ମେଲାନିନ୍‌ ନାମକ ଉପାଦାନ ସାଧାରଣତଃ ଲୌହସାର, ତମ୍ବାସାର ଓ ଭିଟାମିନ୍‌‌ ବି୧୨ ଉପରେ ନିର୍ଭର କରିଥାଏ । ସୁତରାଂ ଏଥିରୁ କୌଣସିଟିର ଅଭାବ ରହିଲେ କେଶକୁ ଧରି ରଖୁଥିବା କେଶମୂଳ ଦୁର୍ବଳ ହୋଇଯାଇ ଚୁଟିର ରଙ୍ଗରେ ପରିବର୍ତ୍ତନ ହେବା ସ୍ୱାଭାବିକ । ତେଣୁ ସବୁଜ ପନିପରିବା, ଫଳମୂଳ, ଦୁଗ୍ଧଜାତ ଦ୍ରବ୍ୟ ଓ ଅଣ୍ଡା ଆଦି ପୋଷକପୂର୍ଣ୍ଣ ଖାଦ୍ୟ ଖାଇଲେ ସେ ଅସୁବିଧା ଦୂର ହୋଇପାରିବ । ନିରାମିଷାଶୀମାନେ ଭିଟାମିନ୍‌‌ ବି୧୨ ବଟିକା ଖାଇପାରିବେ ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ