ବେଆଇନ କୋଇଲା ଖଣି ଉପରେ ରେଡ୍,ଜବତ ହେଲାଣି ୨୫୦ ଟନ୍‌ରୁ ଅଧିକ

ସୁନ୍ଦରଗଡ:ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ଏବେ ସୁଦ୍ଧା ୨ଶହ ୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ ଚୋରି କୋଇଲାକୁ ଜବତ କରିଛନ୍ତି । ମଙ୍ଗଳବାର ହେମଗିରି ଅଞ୍ଚଳରେ ବେଆଇନ କୋଇଲା ଖଣି ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ମିଳିତ ଟିମ୍‌ । ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନେତୃତ୍ବରେ ପୋଲିସ ଓ ବନବିଭାଗର ଏକ ମିଳିତ ଟିମ୍‌ ହେମିଗିରି ଥାନା ରତନସରା,ଭୋଗରାକଛାର ଓ ଲତାପାଣି ଅଞ୍ଚଳରେ ଚଢାଉ କରି ୧୦ରୁ ଅଧିକ ବେଆଇନ ଖଣି ସିଜ୍‌ କରିବା ସହ କୋଇଲା ଜବତ କରିଥିଲା ।
ଗତ ୪ ତାରିଖରେ ତେଲେଣ୍ଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ ୧୪୪ ଟନ୍‌ କୋଇଲା ଜବତ ହୋଇଥିଲା । ବୁଧବାର ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲରେ ବେଆଇନ୍‌ କୋଇଲା ଖଣି ଉପରେ ହୋଇଛି ଚଢ଼ାଉ । ଅନେକ ଦିନ ଧରି ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ୍‌ କୋଇଲା ଖଣି । ବର୍ଷ ବର୍ଷ ଧରି ବେଧଡ଼କ କୋଇଲା ଲୁଟୁଥିଲେ ମାଫିଆ । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜଙ୍ଗଲ ଭିତରେ ଖୋଜି ଖୋଜି ଖଣି ଭିତରେ ପଶିଥିଲେ ପୋଲିସ । । ଜଙ୍ଗଲ ଭିତରେ ବେଆଇନ୍‌ ଇଟାଭାଟି କରି ସେଥିରେ ଏହି କୋଇଲା ବ୍ୟବହାର କରୁଥିଲେ ମାଫିଆ । କିଛି ଲୋକଙ୍କୁ ଏହି ବେଆଇନ ଇଟାଭାଟିରେ ନିୟୋଜିତ କରୁଥିଲେ । ଏମାନଙ୍କ ସର୍ଦ୍ଦାର କିଏ ? କାହାର ଏହି ଇଟାଭାଟି ? କିଏ ଜଙ୍ଗଲ ଭିତରେ ବେଆଇନ୍‌ ଇଟାଭାଟି କରିଥିଲେ ? କିଏ ଖୋଳୁଥିଲେ ଟନ୍‌ ଟନ୍‌ କୋଇଲା ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏବେ ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍‌

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ