ଯକୃତ୍‌ ରୋଗର ଲକ୍ଷଣ ଜାଣନ୍ତୁ

ଶରୀରରେ ଖାଦ୍ୟ ଜୀର୍ଣ୍ଣକ୍ରିୟାରୁ ଆରମ୍ଭ କରି ରୋଗପ୍ରତିରୋଧକ ଶକ୍ତି ଓ ଶରୀର ଗଠନ ପାଇଁ ଯକୃତ୍‌ ବା ଲିଭର୍‌ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ। ଏହା ବିଭିନ୍ନ ପ୍ରୋଟିନ୍‌ ପ୍ରସ୍ତୁତ କରିବା ସହ ଶରୀରରୁ ବିଷାକ୍ତ କଣିକା ହରଣ କରିଥାଏ। ଯକୃତ୍‌ର ସବୁଠୁ ଉଲ୍ଲେଖନୀୟ ଗୁଣ ହେଲା- ଏହା ନିଜର କ୍ଷତକୁ ନିଜେ ସଜାଡ଼ିପାରେ। ତେବେ ଯକୃତ୍‌ ଯଦି ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୁଏ କି ଦୀର୍ଘକାଳ ଧରି କ୍ଷତାକ୍ତ ଅବସ୍ଥାରେ ରହିଥାଏ ଅଥବା ମାତ୍ରାଧିକ ମଦ୍ୟସେବନର ଶରବ୍ୟ ହୁଏ ତେବେ ତାହା ସିରୋସିସ୍‌ ଓ କର୍କଟ ପରି ରୋଗକୁ ଆମନ୍ତ୍ରଣ କରିଥାଏ। କିଛି ଆନୁବଂଶିକ କାରଣରୁ ମଧ୍ୟ ଯକୃତ୍‌ ରୋଗ ହୋଇଥାଏ। ପିତା ଯଦି ଯକୃତ୍‌ ରୋଗରେ ପୀଡ଼ିତ, ତେବେ ସନ୍ତାନଠାରେ ମଧ୍ୟ ଯକୃତ୍‌ ରୋଗ ଦେଖାଦେବାର ଆଶଙ୍କା ଅଧିକ ରହିଥାଏ। ଅନେକ ଯକୃତ୍‌ ରୋଗ ନିରବରେ ବିକଶିତ ହୋଇ ଚାଲିଥାଏ, କୌଣସି ଲକ୍ଷଣ ମଧ୍ୟ ଜଣାପଡ଼େ ନାହିଁ। ଲକ୍ଷଣ ଜଣାପଡ଼ିଲା ବେଳକୁ ସିରୋସିସ୍‌ ହୋଇ ସାରିଥାଏ। ତେଣୁ ଯକୃତ୍‌ ଭଲରେ କାର୍ଯ୍ୟ କରିବା ପାଇଁ ସଂଘର୍ଷ କରୁଥିବାର କିଛି ଲକ୍ଷଣ ଓ ତାହାର ପ୍ରତିକାର ବାବଦରେ ଜାଣିବା।

 

ଜଣ୍ଡିସ୍‌ ବା ଆଖି ଓ ଚର୍ମ ହଳଦିଆ ଦେଖାଯିବା ହେଉଛି ଅସୁସ୍ଥ ଯକୃତ୍‌ର ଏକ ଉଲ୍ଲେଖନୀୟ ଲକ୍ଷଣ। ଯକୃତ୍‌କୁ କ୍ଷତି ପହଞ୍ଚିଲେ କି ତା’ ଉପରେ ଚାପ ପଡ଼ିଲେ ସେଥିରୁ ଝରୁଥିବା ପିତ୍ତରସ ବା ବିଲିରୁବିନ୍‌ ଶରୀରରେ ଠୁଳ ହୋଇ ହଳଦିଆ ରଙ୍ଗ ଜଣାପଡ଼ିଥାଏ। ପରିସ୍ରା ରଙ୍ଗ ଗାଢ଼ ହେବା ମଧ୍ୟ ଅନ୍ୟତମ ଲକ୍ଷଣ, କାରଣ ପିତ୍ତରସ ରକ୍ତରେ ମିଶି ପରିସ୍ରା ଦ୍ବାରା ନିଷ୍କାସିତ ହୋଇଥାଏ। ହଠାତ୍‌ ଶରୀର ଓଜନ କମିଯିବା ମଧ୍ୟ ଯକୃତ୍‌ ରୋଗକୁ ସୂଚାଇପାରେ। ଯକୃତ୍‌ ରୋଗ ହେଲେ ବାରମ୍ବାର ଓକାର ଆସେ ଅଥବା ରକ୍ତ ବାନ୍ତି ହୋଇଥାଏ। ଚର୍ମ ଭୀଷଣ କୁଣ୍ଡାଇ ହେବା ଏହାର ଆଉ ଏକ ଲକ୍ଷଣ। ସେହିପରି ଲଗାତାର ଦୁର୍ବଳ କି ନିସ୍ତେଜ ଲାଗିବା ଯକୃତ ରୋଗର ଲକ୍ଷଣ ହୋଇପାରେ।

 

ପ୍ରତିଷେଧକ ସ୍ବରୂପ ଏକ ସୁସ୍ଥ ଯକୃତ୍‌ ପାଇଁ ବ୍ରୋକୋଲି, ଚର୍ବିଳ ମାଛ ଓ ଶୁଷ୍କ ଫଳ ସମ୍ବଳିତ ସ୍ବାସ୍ଥ୍ୟପ୍ରଦ ଭୋଜନ କରିବା ଓ ନିୟମିତ ବ୍ୟାୟାମ କରିବା ହେଉଛି ପ୍ରଥମ ପଦକ୍ଷେପ। ଶରୀର ଉପରେ ନିୟମିତ ନିରୀକ୍ଷଣ ରଖି ‘ବଡି ମାସ୍ ଇଣ୍ଡେକ୍ସ’ (ବିଏମ୍‌ଆଇ)କୁ ୧୮ରୁ ୨୫ ଭିତରେ ରଖିବା ହିତକର। ଏଥି ସହିତ ମଦ୍ୟପାନ ତ୍ୟାଗ କଲେ ସର୍ବୋତ୍ତମ ଫଳ ମିଳିଥାଏ। କୌଣସି ଔଷଧ ସେବନ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ଜରୁରି। ଯକୃତ୍‌କର୍କଟ ଆଶଙ୍କା ବଢ଼ାଉଥିବା ଧୂମପାନକୁ ସଂପୂର୍ଣ୍ଣ ବର୍ଜନ କରିବା ଗୁରୁତ୍ବପୂର୍ଣ୍ଣ। ଦୀର୍ଘକାଳ ଧରି କୌଣସି ଉପରୋକ୍ତ ଲକ୍ଷଣ ଜାରି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

  • Related Posts

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

    Continue reading
    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ