bjd ବିଜେଡି ସଂଖ୍ୟାଲଘୁ ସେଲ୍‌ ନବକଳେବର

ଭୁବନେଶ୍ୱର : ଦଳକୁ ପୁନର୍ଗଠନ କରିବାରେ ଲାଗି ପଡ଼ିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳର ସଂଖ୍ୟାଲଘୁ ସେଲ୍ ନବକଳେବର କରାଯାଇଛି । ରାଜ୍ୟସ୍ତରୀୟ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲାରେ ସଂଖ୍ୟାଲଘୁ ସେଲ୍ ସଭାପତି ଘୋଷଣା ହୋଇଛି । ଦିଲ୍ଲୀପ ତୀର୍କି, ମୁଜିବୁଲ୍ଲା (ମୁନ୍ନା) ଖାନ, ସାଂସଦ ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ସେଲ୍ ଉପଦେଷ୍ଟା ନିଯୁକ୍ତ କରାଯାଇଛି । ଦଳର ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ.କେ. ନିଜାମୁବ୍ଦିନଙ୍କୁ ସଂଖ୍ୟାଲଘୁ ସେଲ୍ ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ବିଧାୟକ ରୋହିତ ଯୋଶେଫ ତୀର୍କି, ରିଜୱାନା ବେଗମ, ଅମଜାଦ ଅଲ୍ଲୀ ଖାନ ନିଯୁକ୍ତ ହୋଇଛନ୍ତି । ୨୮ଜଣ ଉପସଭାପତି, ୩୦ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ଜଣ ସାଧାରଣ ସମ୍ପାଦକ, ୨୫ଜଣ ସମ୍ପାଦକ, ୨୧ଜଣ ଯୁଗ୍ମ ସମ୍ପାଦକଙ୍କୁ ଏହି ଟିମରେ ସାମିଲ କରାଯାଇଛି ।

୩୦ଟି ସାଂଗଠନିକ ଜିଲ୍ଲାରେ ସଂଖ୍ୟାଲଘୁ ସେଲ୍ ପାଇଁ ନୂଆ ସଭାପତି ଘୋଷଣା କରାଯାଇଛି । ହସରତ ହୁସେନ-ଢେଙ୍କାନାଳ, ଅବଦଶ ସମାଦ ଖାନ-ବାଲେଶ୍ୱର, ଜମିଲ ଅଖତର ଖାନ-ଭଦ୍ରକ, ମୁସରଫ ଖାନ- ଭୁବନେଶ୍ୱର, ଏମ୍ଡି ସଫିଉଲ-ବୌଦ୍ଧ, ଏମ୍ଡି ଅସଦୁଲ୍ଲା ଖାନ-ବଲାଙ୍ଗୀର, ଭୁଷଣ ମିଞ୍ଜ-ଦେବଗଡ଼, ଏସ୍କେ ନାଜିମୁବ୍ଦିନ-ବରଗଡ଼, ପ୍ରଶାନ୍ତୋ ବୀରୋ-ଗଜପତି, କୁଲଦୀପ ସିଂ ଧିଲନ-ଗଞ୍ଜାମ, ଏମ୍ଡି ସିକନ୍ଦର ଆଲାମ-ଜଗତସିଂହପୁର, ମୀନାହଜ ଉଲ ଆବେଦିନ-ଝାରସୁଗୁଡ଼ା, ଇମାନୁଲ ରଥ-କନ୍ଧମାଳ, ଏସ୍କେ ହୁମାୟୁନ- କଟକ, ନାସିର ହାୟତ-କେନ୍ଦୁଝର, ମୋକିମ ଖାନ-କଟକ ମହାନଗର, ଅଖତର ଅଲ୍ଲୀ ଖାନ-ଖୋର୍ଦ୍ଧା, ରାଜେନ୍ଦ୍ର ଖାସଲା-ମାଲକାନଗିରି, ଏମ୍ଡି ଜରର-ମୟୂରଭଞ୍ଜ-୨, କାଦିର ମହମ୍ମଦ ଖାନ-କଳାହାଣ୍ଡି, ରାଜକୁମାର ଦାସ-କୋରାପୁଟ, ସରୋଜ ଜାଲ୍-ନବରଙ୍ଗପୁର, ଏସ୍କେ ନଇମ-ନୟାଗଡ଼, ସାହିଦ ମହମ୍ମଦ- ନୂଆପଡ଼ା, ଅମିନୁଦ୍ଦିନ ଖାନ-ପୁରୀ, ଜଲିଲ ଖାନ-ରାୟଗଡ଼ା, ଇଜାଜ ଅହମ୍ମଦ-ରାଉରକେଲା, ଅଫତାବ ଆଲାମ-ସମ୍ବଲପୁର, ଆକବର ଅଲ୍ଲୀସୋନପୁର, ମହମ୍ମଦ ସାହାବୁଦ୍ଦିନ- ସୁନ୍ଦରଗଡ଼ ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଭାବେ ବିଜେଡି ନିଯୁକ୍ତ କରିଛି । ବଲାଙ୍ଗୀର ପାଇଁ ଅବଦୁଲ ରଫିକ (ସଜ୍ଜୁ) ଓ କଟକ ମହାନଗରରେ ଜନ୍ ଆଶିଷ ବରାଳ ଏବଂ ସୁନ୍ଦରଗଡ଼ରେ ବିଜୟ କୁମାର ସୋରେଙ୍ଗଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଛନ୍ତି ନବୀନ ।

  • Related Posts

    pravati parida meet modi ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

    ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ‘ଆସନ୍ତା ୨୮ ତାରିଖ (ରାଖୀ ପୂର୍ଣ୍ଣିମା) ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି…

    Continue reading
    bjp meeting ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

    ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ