bjd target bjp ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି

ଭୁବନେଶ୍ୱର: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।
ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।

  • Related Posts

    JUEL ORAM ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ତା’ ହାତକୁ କାଟିଦେବି:ଜୁଏଲ ଓରାମ

    ଭୁବନେଶ୍ୱର: ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା…

    Continue reading
    student union election ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ :ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ