bjd target bjp ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ବିଳମ୍ୱକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଚଳିତ ବର୍ଷ ଖରିଫ ଧାନ ପଞ୍ଜୀକରଣ ନିର୍ଦ୍ଧାରିତ ସମୟ ଠାରୁ ୧୮ ଦିନ ବିଳମ୍ୱରେ ଆରମ୍ଭ ହୋଇଛି ।
ଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ରାଜ୍ୟର ୨୦ଟି ଜିଲ୍ଲା ବର୍ଷା ଓ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ପ୍ରତ୍ୟେକ ନଦୀରେ ୨ରୁ ୩ଥର ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଗତବର୍ଷ ୨୩ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୭ ଲକ୍ଷ ଚାଷୀ ନାମ ପଞ୍ଜୀକୃତ କରିପାରିଛନ୍ତି । ଏବେ ବି ପ୍ରାୟ ସାଢ଼େ ୪ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣର ଶେଷ ଅବଧିକୁ ଆସନ୍ତା ସେପ୍ଟେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେଡି ଦାବି କରିଛି ।
ଶ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି ଯେ, ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ସରକାର ଯେଉଁ ଆପ୍ ଦେଇଛନ୍ତି, ତାହା ଦ୍ୱାରା ଲକ୍ଷାଧିକ ଭାଗ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ି ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ରିୟଲ ଟାଇମ ବେସିସରେ ଜମି ମାଲିକ ନିଜେ ସମବାୟ ସମିତିରେ ଉପସ୍ଥିତି ରହି ଇ-କେୱାଇସି କରିବା ପାଇଁ ସଫ୍ଟୱେୟାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଭାଗଚାଷୀ ପୋର୍ଟାଲରେ ପଞ୍ଜୀକରଣ କରି କେମିତି ଧାନ ବିକ୍ରି କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏହା ସହିତ ସରକାର ଆଣିଥିବା ‘କଲମ-୨’ ସଂଶୋଧନକୁ ଏକ “କଳା ଆଇନ’ ଆଖ୍ୟା ଦେଇ ସେ କହିଛନ୍ତି ଯେ, ଏକାସମୟରେ ଏହି ସଂଶୋଧନ କରିବାକୁ ଯାଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଥମେ ଚକବନ୍ଦୀ କାର୍ଯ୍ୟ ଶେଷ କରାଯାଉ, ତା’ପରେ ଗ୍ରହଣଯୋଗ୍ୟ ଢଙ୍ଗରେ କଲମ-୨ ସଂଶୋଧନ କରାଯାଉ ।
ଶ୍ରୀ ଦାସବର୍ମା ଆହୁରି କହିଛନ୍ତି ଯେ, ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାର ଚାଷୀଙ୍କୁ ପଞ୍ଜୀକରଣ ପାଇଁ ୪ ମାସ ସମୟ ଦେଉଥିବା ବେଳେ ଓଡ଼ିଶାରେ କାହିଁକି ମାତ୍ର ମାସେ ସମୟ ଦିଆଯାଉଛି ? ଓଡ଼ିଶା ଚାଷୀଙ୍କ ପ୍ରତି ଏଭଳି ପାତରଅନ୍ତର ମନୋଭାବ ଗ୍ରହଣଯୋଗ୍ୟ ନୁହେଁ । ପଞ୍ଜୀକରଣ ଠାରୁ ଆରମ୍ଭ କରି ଟୋକନ ଅବ୍ୟବସ୍ଥା, ମଣ୍ଡି ଅବ୍ୟବସ୍ଥା, ମିଲର ସମସ୍ୟା ଏବଂ ପ୍ରାପ୍ୟ ପ୍ରଦାନରେ ଲମ୍ୱା ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ଯଦି ସରକାର ତୁରନ୍ତ ଏହି ଦାବିଗୁଡ଼ିକ ପୂରଣ ନ କରନ୍ତି, ତେବେ ରାଜ୍ୟର ଚାଷୀକୁଳ ଏହାର ଦୃଢ଼ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି ।

  • Related Posts

    bjp odisha ୫ ଓ ୬ରେ ବିଜେପିର ଦୁଇଦିନିଆ କାର୍ୟ୍ୟକାରିଣୀ ବୈଠକ

    ଭୁବନେଶ୍ବର: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ବିଜେପିର ଦୁଇଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ ସୂଚନା ମିଳିଛି। ତେବେ ବୈଠକର ସ୍ଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ପକ୍ଷରୁ…

    Continue reading
    sofia firdos କଂଗ୍ରେସ ନୁହେଁ OJCରୁ ସୋଫିଆ ଲଢିବେ !

    ଭୁବନେଶ୍ୱର :କଂଗ୍ରେସ ନୁହେଁ, ଓଡ଼ିଶା ଜନତା କଂଗ୍ରେସରୁ ନିର୍ବାଚନ ଲଢ଼ିବେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଆଜି ଏଭଳି ଏକ ମନ୍ତବ୍ୟ ଦେଇ କଟକ ରାଜନୀତିରେ ହଟଚମଟ ଖେଳାଇଛନ୍ତି ଓଡ଼ିଶା ଜନତା କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ବାପା ମହମ୍ମଦ ମୋକିମ୍।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ