ସରକାରୀ ଅଫିସ, ମହିଳା ୱାସରୁମରେ ସିକ୍ରେଟ କ୍ୟାମେରା

ଜଗତସିଂହପୁର: କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ଜବତ। ଏହାପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟରେ। ସୂଚନା ଅନୁସାରେ, ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। ଏହାକୁ ଦେଖି ସେ ତୁରନ୍ତ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୁଲିସ କ୍ୟାମେରାଟିକୁ ଜବତ କରି ତାହାର ଟେକ୍ନିକାଲ ଯାଞ୍ଚ ଆରମ୍ଭ କରିଛି। ପୁଲିସ ଦଳ DRDA କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ, ଘଟଣାର ସତ୍ୟାସତ୍ୟ ଓ ଏହା ପଛରେ ଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ତଦନ୍ତ ଜୋରଦାର କରାଯାଇଛି। ଏହି ଘଟଣା ମହିଳାଙ୍କ ସୁରକ୍ଷା ଓ ଗୋପନୀୟତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

  • Related Posts

    ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର କଳା, ଐତିହ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରତୀକ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ…

    Continue reading
    ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ଘଟିଛି । ସେ ଜଣେ ଦକ୍ଷ ଓ ସୁସାହିତ୍ୟକ ଥିଲେ । ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ