ବେଙ୍ଗାଲୁରୁ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡି କେ ଶିବକୁମାର ଖୁବ୍ ଶୀଘ୍ର ଶପଥ ନେବେ। ସିଦ୍ଦରମୈୟା ଗୁରୁବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାରଙ୍କ ନାମର ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଶିବକୁମାରଙ୍କୁ ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରୁ ଜଣେ ଭାବେ ବିବେଚନା କରାଯାଏ। ଡିକେ ଶିବକୁମାର ୨୦୨୩ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାଙ୍କ ସତ୍ୟପାଠରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ। ସେ ତାଙ୍କର ମୋଟ ସମ୍ପତ୍ତି ୧୪୦୦ କୋଟି ଟଙ୍କାରୁ ଅଧିକ ବୋଲି ଉଲ୍ଲେଖ କରିଥିଲେ। ତାଙ୍କର ସପିଂ ମଲ୍ ଓ ଅନ୍ୟାନ୍ୟ ମହଙ୍ଗା ବାଣିଜ୍ୟିକ ସମ୍ପତ୍ତି ଅଛି। ସେୟାର ବଜାରରେ ତାଙ୍କର କୋଟି କୋଟି ଟଙ୍କାର ନିବେଶ ମଧ୍ୟ ଅଛି। ହେବାକୁ ଯାଉଛନ୍ତି ଡି କେ ଶିବକୁମାର। କର୍ଣ୍ଣାଟକରେ କ୍ଷମତା ସଂଘର୍ଷର ଅନ୍ତ ଘଟିଛି ।
ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର
ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…


