ଅମିତ ଶାହା ଇସ୍ତଫା ଦିଅ ଏବଂ ଦେଶବାସୀଙ୍କୁ କ୍ଷମା ମାଗ: କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମିଳିତ ଭାବରେ ଭୁବନେଶ୍ୱର, ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ଏହାର ଘୋର ପ୍ରତିବାଦ କରାଯିବା ସହିତ ଅମିତ ଶାହାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। କଂଗ୍ରେସ ଭବନ ଠାରୁ ଏକ ମିଳିତ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇଥିଲା। ଏଥିରେ କଂଗ୍ରେସ କର୍ମୀମାନେ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦରଙ୍କର ଦେଶ ପ୍ରତି ଥିବା ତ୍ୟାଗ ଓ ବଳିଦାନକୁ ସ୍ଲୋଗାନ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଉତ୍ସର୍ଗିତ କରିବା ସହିତ ଏଭଳି ଅଶାଳିନ ମନ୍ତବ୍ୟ ଦେଇ ଘୃଣ୍ୟ କର୍ମ କରିଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ଦିଲ୍ଲୀରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ତଳେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ବିରୋଧ ଦଳର ନେତା ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ କେତେକ ବିଜେପି ସାଂସଦ ଆକ୍ରମଣ କରିଥିବାରୁ କଂଗ୍ରେସ ନେତୃମଣ୍ଡଳୀ ନିନ୍ଦାବାଦ କରିଛନ୍ତି। ସରକାରରେ ଥିବା ଦଳ ସମ୍ବିଧାନ ପ୍ରଣେତା ଡକ୍ଟର ଭିମ ରାଓ ଆମ୍ବେଦକରଙ୍କ ବିଷୟରେ ଅରୁଚିକର ମନ୍ତବ୍ୟ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକସଭାର ବିରୋଧ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ବିଜେପି ସାଂସଦ ମାନଙ୍କ ପ୍ରତିରୋଧ ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଡଃ ଲଲାଟେନ୍ତୁ ମହାପାତ୍ର, ମନୋରଞ୍ଜନ ଦାସ, କିଶୋର ଜେନା, ବାଙ୍କନିଧି ବେହେରା, ୱାସିର ନୱାଜ, ରଞ୍ଜିତ ପାତ୍ର, ବିଜୟାନନ୍ଦ ଚାଉଳିଆ, ରାଜକିଶୋର ବାରିକ, ମାନସ ମଲ୍ଲିକ, ତରୁଣ ମିଶ୍ର, ମାନସ ଆଚାର୍ଯ୍ୟ, ଚିନ୍ମୟ ଦାସ, ଶ୍ରୀନିବାସ ରାଉତରାୟ, ପ୍ରକାଶ ଜେନା, ଅକ୍ଷୟ ମଲ୍ଲିକ, ରାଜିବ ପଟ୍ଟନାୟକ, ଦେବୀ ପ୍ରସାଦ ବାହାଲିଆ, ମନୋରଞ୍ଜନ ରାଉତରାୟ, ମିହିର ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ସଞ୍ଜୟ ରାଉତ, ଅମିତା ବିଶ୍ୱାଳ, ଜାନକୀ ମଲ୍ଲିକ, ଅନିମା ସୁକାନ୍ତି ମିଞ୍ଜ୍‌, ସୁଦିପ ସାମଲ, ଲୁଲୁ ଅହମ୍ମଦ, ମହମ୍ମଦ ଗୋଲଫାନ୍‌, ନିହାର ରଞ୍ଜନ ବେହେରା, ମିର୍ଜା ଇସ୍‌ଲାମ୍ ବେଗ, ରାଜେଶ ଦାସ, ବିଭୁ ପ୍ରସାଦ ଜେନା, ପରବେଜ୍ ଅଗ୍ରୱାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ