digital prescription ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌

ଭୁବନେଶ୍ବର: ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌। ଡାକ୍ତର ଯେଉଁ ପ୍ରେସକ୍ରିପସନ ଲେଖି‌େ‌ବ ତାକୁ ଡାକ୍ତର ସ୍କାନ ଆଣ୍ଡ ସେୟାର ଜରିଆରେ ଡିଜି ଲକର ଜରିଆରେ ରଖିପାରିବେ। ଯେଉଁଥିରେ ସେମାନଙ୍କର ରୋଗ, ଔଷଧ ଏବଂ ପରୀକ୍ଷା ବିବରଣୀ ସୁରକ୍ଷିତ ରହିବ। ହସ୍ପିଟାଲକୁ ଯିବାବେଳେ ଆଉ ପୁରୁଣା ବିବରଣୀ ନେବାକୁ ପଡ଼ିବ ନାହିଁ। କେବଳ ଏତିକି ନୁହେଁ, ବାରମ୍ବାର ପରୀକ୍ଷାନିରୀକ୍ଷା ମଧ୍ୟ କରିବାକୁ ପଡ଼ିବ ନାହିଁ। ଏହି ଅାପରେ ସ୍ବାସ୍ଥ୍ୟକ୍ଷେତ୍ରରେ ଥିବା ସମସ୍ତ ଅଧିକାରୀ ପଞ୍ଜୀକରଣ କରିବେ। ତେବେ ଏହି ଆପ୍‌ ମଧ୍ୟ ରୋଗୀଙ୍କୁ ଅବଗତ କରିବ ନିକଟରେ ଥିବା ପରୀକ୍ଷା କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ସହିତ ଔଷଧ କେନ୍ଦ୍ର। ସେହିପରି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍‌) ମାଧ୍ୟମରେ ଡିଜିଟାଲ ପ୍ରେସକ୍ରିପସନ ମଧ୍ୟ କାର୍ଯ୍ୟ କରିବ। ଏହାଦ୍ବାରା ଯେଉଁଠି ଅଧିକ ଲେଖାଯାଉଥିବା ଆଣ୍ଟିବାୟୋଟିକ ବିଷୟରେ ଜଣାପଡ଼ିବ। ଏହାଦ୍ବାରା ଅନାବଶ୍ୟକ ଭାବେ ବିକ୍ରି ହେଉଥିବା ଆଣ୍ଟିବାୟୋଟିକ ଉପରେ ଅଙ୍କୁଶ ଲାଗିପାରିବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ଜାରି ରହିଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରୁଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ନେଇ ବିବିଧ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଶେଷ କରି ହାତ ପାଆନ୍ତାରେ ସବୁ ସୁବିଧା ସୁଯୋଗ ଉପଲବ୍ଧ ହେବ। ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସ୍ୱାସ୍ଥ୍ୟସେବାକୁ ତ୍ବରାନ୍ବିତ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଖୁବଶୀଘ୍ର ଲାଗୁ ହେବ ‘ୱାନ ନେସନ ୱାନ ହେଲଥ।’ କେବଳ ଏତିକି ନୁହେଁ, ଉନ୍ନତ ସେବା ନିମନ୍ତେ ‘ଆରୋଗ୍ୟ ସେତୁ ୨.୦’ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ସହାୟକ ହେବ। ଏହାସହିତ ଏହାସହିତ ଡିଜିଟାଲ ପ୍ରେସକ୍ରିପସନ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।
ସାରା ଦେଶରେ ଆରମ୍ଭ ହୋଇଛି ୱାନ ନେସନ, ୱାନ ହେଲ୍‌ଥ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍‌) ଆରମ୍ଭ ହୋଇଛି। ଗୋଟିଏ ପ୍ଲାଟଫର୍ମରେ ଆରୋଗ୍ୟସେତୁ ଆପ୍‌ ୨.୦ ରହିବ। ଏଥିରେ ସାରା ଦେଶର ଗୋଟିଏ ଆପର ଏହି କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ