EMRS ସଫଳତାରେ ଯୋଡିହେଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ୱର: ଓଡ଼ିଶାର ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର (EMRS) ସଫଳତାରେ ଯୋଡିହେଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରଦର୍ଶନ କରି ଚଳିତ ଓଡ଼ିଶା ଲୋକସେବା ଆୟୋଗ (OPSC) ର ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଏହି ଅନୁଷ୍ଠାନର ତିନି ଜଣ ପୂର୍ବତନ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ନୂଆଗାଁ ଗ୍ରାମର ଗଣ୍ଡ ଜନଜାତିର ସୁଶ୍ରୀ ନୀଳିମା କୁମାରୀ ନାୟକ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୯୪ତମ ରାଙ୍କ୍ ହାସଲ କରିଛନ୍ତି। କେନ୍ଦୁଝରର EMRS ରାଙ୍କିର ପୂର୍ବତନ ଛାତ୍ରୀ, ନୀଳିମା ୨୦୧୭ରେ ଏହି ଅନୁଷ୍ଠାନରୁ ତାଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ବର୍ତ୍ତମାନ ସହକାରୀ ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ନିଳିମା, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ମାୟାଧର ନାୟକ ଏବଂ ମାଟ୍ରନ୍ ଶ୍ରୀମତୀ ହୀରାମଣୀ ନାୟକଙ୍କ ଝିଅ। ତାଙ୍କର ଏହି ଅସାଧାରଣ ସଫଳତା ସମଗ୍ର ରାଜ୍ୟରେ ଆଦିବାସୀ ଯୁବକମାନଙ୍କ ପାଇଁ ଏକ ପ୍ରେରଣା ସ୍ୱରୂପ ପାଲଟିଛି।

ସେହିପରି ଆଉ ଜଣେ ଗର୍ବିତ କୃତିତ୍ୱ ହାସଲକାରୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ସାନ୍ତାଳ ଜନଜାତିର କୃଷ୍ଣ ଚନ୍ଦ୍ର ହେମ୍ବ୍ରମ । ସେ ୨୦୧୭ ମସିହାରେ ଯାଜପୁର ଅନ୍ତର୍ଗତ EMRS ରାମପିଲୋରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୮୫ତମ ରାଙ୍କ୍ ହାସଲ କରିଛନ୍ତି। ବର୍ତ୍ତମାନ EMRS ଭବାନୀପୁରରେ TGT (ସାମାଜିକ ଅଧ୍ୟୟନ) ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ, ତାଙ୍କ ପିତାମାତା ସ୍ୱର୍ଗତ କୁଳମଣି ହେମ୍ବ୍ରମ ଏବଂ ସ୍ୱର୍ଗତ ଜାବା ହେମ୍ବ୍ରମଙ୍କୁ ହରାଇ ଜୀବନର ଅନେକ ବ୍ୟକ୍ତିଗତ କଷ୍ଟକୁ ଦୂର କରି ସଫଳ ହୋଇଛନ୍ତି। ଏହି କୃତିତ୍ୱ ତାଙ୍କର ଦୃଢ଼ତା, ସଂଘର୍ଷ ଏବଂ ସମର୍ପଣକୁ ପ୍ରତିଫଳିତ କରୁଛି ।

ଏଥିସହିତ, ନବରଙ୍ଗପୁର ଜିଲ୍ଲା ସାନବାର୍ଲି ଗ୍ରାମର ଭତ୍ରା ଜନଜାତିର କେଶବ ମାଝୀ ମଧ୍ୟ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୮୨ତମ ରାଙ୍କ୍ ହାସଲ କରି ସଫଳତା ପାଇଛନ୍ତି। ୨୦୧୭ ମସିହାରେ ନବରଙ୍ଗପୁରର EMRS ହିର୍ଲିରୁ ପାସ୍ କରି କେଶବ ବର୍ତ୍ତମାନ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ସେ ଆଜି ଗ୍ରାମୀଣ ଏବଂ ଆଦିବାସୀ ପୃଷ୍ଠଭୂମିର ଛାତ୍ରମାନଙ୍କ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛନ୍ତି।

ଏହି ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅସାଧାରଣ କୃତିତ୍ୱ ପ୍ରମାଣିତ କରିଛି ଯେ, ଉପାନ୍ତ ଅଞ୍ଚଳର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ସଶକ୍ତ କରିବାରେ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଏକ ପ୍ରମୁଖ ଓ ପ୍ରଭାବଶାଳୀ ମାଧ୍ୟମ ପାଲଟିଛି।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ