FLOOD IN NEPAL ନେପାଳ ପ୍ରଳୟ; ଆଉ ୩ ଓଡ଼ିଆ ନିଖୋଜ

ବରଗଡ଼: ନେପାଳର ପ୍ରଳୟଙ୍କରୀ ବନ୍ୟା ଭିତରେ ଫସି ଆଉ ୩ ଓଡ଼ିଆ ନିଖୋଜ ଥିବା ଖବର ଆସିଛି। ବରଗଡ଼ ଜିଲ୍ଲା ଜାମପାଲି ଗାଁର ଦମ୍ପତି ଓ ସେମାନଙ୍କ ୨ ବର୍ଷର ଶିଶୁ କନ୍ୟାଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି।ନିଖୋଜ ଦମ୍ପତି ହେଲେ ଗୁନ୍ନମ ଜୟକ୍ରିଷ୍ଣା ଓ ଗୁନ୍ନମ ସାଇ ବିନ୍ଦୁ କୁମାରୀ। ସେମାନଙ୍କ ସହ ତାଙ୍କ ୨ ବର୍ଷର ଝିଅ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଜୟକ୍ରିଷ୍ଣା ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ ଚାକିରି କରୁଥିବା ବେଳେ ପରିବାର ସହ ସେଠାରେ ରହୁଥିଲେ।ନେପାଳରେ ଭୟଙ୍କର ବନ୍ୟା ଓ ବର୍ଷା ପରେ ଏହି ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ରେ ଥିବା ପରିବାର ଓ ସମ୍ପର୍କୀୟ। ନିଖୋଜ ପରିବାରର ସନ୍ଧାନ ପାଇଁ ଉଦ୍ଧାରକାରୀ ଟିମ୍‌ ପକ୍ଷରୁ ଖୋଜାଖୋଜି ଚାଲିଥିବା ସୂଚନା ମିଳିଛି।

ଏହି ଘଟଣା ପରେ ନେପାଳ ବନ୍ୟାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା୫କୁ ବୃଦ୍ଧି ପାଇଥିବାସୂଚନା ମିଳିଛି। ଦମ୍ପତି ଓ ତାଙ୍କ ଛୋଟ ଶିଶୁ ନିଖୋଜ ହେବା ଖବର ବରଗଡ଼ରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି। ପରିବାର ଲୋକେ ନିଖୋଜ ତିନିଜଣଙ୍କ ସୁରକ୍ଷିତ ଫେରିବାକୁ ଆଶା କରୁଛନ୍ତି।

  • Related Posts

    SUBHADRA MONEY ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର…

    Continue reading
    POLICE MEETING ଶନିବାର ରାଜ୍ୟ ପୁଲିସର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

    ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ