HRPC କରିବ ପୁଲିସ ହେପାଜତରେ ମୃତ୍ୟୁ ଓ ଥାର୍ଡ ଡିଗ୍ରୀର ୪ଟି ମାମଲାର ତଦନ୍ତ

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିବାଦରେ ଥିବା ପୁଲିସ ଏବେ ହାଜତରେ ଥାର୍ଡ ଡିଗ୍ରୀ ଓ ମୃତ୍ୟୁ ମାମଲାକୁ ନେଇ ପୁଣିଥରେ ବିବାଦୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ପୁଲିସ ଡିଜି ୱାଇବି ଖୁରାନିଆ ଆଜି ହାଜତ ମୃତ୍ୟୁ ଓ ଥାର୍ଡ ଡିଗ୍ରୀର ୪ଟି ମାମଲାର ତଦନ୍ତ ଦାୟିତ୍ୱ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (HRPC)କୁ ନ୍ୟସ୍ତ କରିଛନ୍ତି। ଏହାସହିତ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ସେଠାରେ ଥିବା ଟ୍ରେନିଂ ଆଇପିଏସଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ହୋଇଛି। ୩ଜଣ ଥାନା କର୍ମଚାରୀଙ୍କୁ ନିଲମ୍ବନ ଓ ଜଣେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୁଲିସ ଡିଜି ଶ୍ରୀ ଖୁରାନିଆ ଆଜି କବିସୂର୍ଯ୍ୟନଗର ଥାନା, ବୈଦ୍ୟନାଥପୁର ଥାନା , ବାରଙ୍ଗ ଥାନା ଓ କଟକ ସଦର ଥାନାରେ ଥାର୍ଡ ଡିଗ୍ରୀ ଓ ହାଜତ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ଏଚଆରପିସିକୁ ନ୍ୟସ୍ତ କରିଛନ୍ତି । ଏପଟେ କବିସୂର୍ଯ୍ୟନଗର ଥାନା ଅଧୀନରେ ଜଣେ ୩୨ବର୍ଷୀୟ ଦିବ୍ୟାଙ୍ଗଙ୍କର ସନ୍ଦେହଜନକ ହାଜତ ମୃତ୍ୟୁ ଘଟଣାରେ ପୁଲିସ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିନମଜୁରିଆ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପୁଲିସ ପ୍ରାୟ ଏକ ସପ୍ତାହ ଧରି ଥାନାରେ ଅଟକ ରଖିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ।
ପ୍ରାଥମିକ ତଦନ୍ତ ରିପୋର୍ଟକୁ ଭିତ୍ତିକରି କବିସୂର୍ଯ୍ୟନଗର ଥାନାର ସ୍ୱାଧୀନ ଦାୟିତ୍ୱରେ ଥିବା ଟ୍ରେନି ଆଇପିଏସ୍ ନିତେଶ କୁମାର ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଥାନାର ସବଇନସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସଆଇ ବୈକୁଣ୍ଠ ଜେନା ଓ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେହିପରି ଦାୟିତ୍ୱରେ ଅବହେଳା ପାଇଁ ଗାଡ଼ି ଡ୍ରାଇଭର ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ ଓ ପ୍ରଭାବମୁକ୍ତ କରିବା ପାଇଁ କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ପୁଲିସ ସବଡିଭିଜନକୁ ବଦଳି କରାଯାଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ