ଡେରାଡୁନ୍: ଦେବଭୂମି ଉତ୍ତରାଖଣ୍ଡ ଜିଲ୍ଲା ମୁଖ୍ୟାଳୟ ସଂଲଗ୍ନ ବୁଡୋଗି ଗାଁ ନିକଟରେ ଜଙ୍ଗଲରେ ନିଆଁ ଲାଗିଛି। ଶନିବାର ସନ୍ଧ୍ୟାରୁ ତେହରି ଜିଲ୍ଲାର ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗକୁ ଚିନ୍ତିତ କରିଦେଇଛି। କିଛି ଦିନ ଧରି ଉତ୍ତରାଖଣ୍ଡରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଙ୍ଗଲ ନିଆଁ ଆହୁରି ଭୟଙ୍କର ହେବାରେ ଲାଗିଛି । ତେହରିର ଡିଭିଜନାଲ ଫରେଷ୍ଟ ଅଫିସର ପୁନିତ ତୋମାର କହିଛନ୍ତି ଯେ, ସୂଚନା ପାଇବା ପରେ, ବିଭାଗର ଦଳ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଜଙ୍ଗଲନିଆଁ ଜନବସତି ଅଞ୍ଚଳରେ ଯେପରି ନବ୍ୟାପିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବନ ବିଭାଗ ଆକଳନ କରିଛି ଯେ ଏହି ବିଶାଳ ଅଗ୍ନିକାଣ୍ଡରେ ପ୍ରାୟ ଚଉଦ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି।
ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା
ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…






