ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ମିଳିବ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପ୍ରୋତ୍ସାହନ ରାଶି

୬୪୧ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପାଇବେ ୬ କୋଟି ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର
୪ ନଭେମ୍ୱର ୨୦୨୬

ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର । ସେମାନେ ଏଣିକି ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।

ଏହାଦ୍ୱାରା ଏହି ବର୍ଗର ବିଭିନ୍ନ କଲେଜର ଅଧ୍ୟାପକମାନେ ଦୂର ଦୂରାନ୍ତରରେ ଥିବା କଲେଜ ଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୪୮୮ ଓ ୬୬୨ ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏହାଦ୍ୱାରା ଏହି ବର୍ଗର ପ୍ରାୟ ୬୪୧ଟି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଉପକୃତ ହେବେ ।

ନିଷ୍ପତ୍ତି ଅନୁଯାୟୀ ଯେଉଁ ଅଧ୍ୟକ୍ଷମାନେ ନିଜ ଜିଲ୍ଲାରେ କିମ୍ୱା ଉନ୍ନତ ସହରାଞ୍ଚଳରେ ପୋଷ୍ଟିଂ ପାଇଥିବେ, ସେମାନଙ୍କୁ ମାସକୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ନିଜ ଜିଲ୍ଲାର ବାହାରେ ପୋଷ୍ଟିଂ ଥିଲେ ମାସକୁ ମିଳିବ ୭ ହଜାର ଟଙ୍କା । ନିଜ ଜିଲ୍ଲା କିମ୍ୱା ଘର ଠାରୁ ୩୦୦ କିଲୋମିଟର ଦୂରରେ ପୋଷ୍ଟିଂ ଥିଲେ ୯ ହଜାର ଟଙ୍କା ମିଳିବ । ଯଦି ଭୌଗୋଳିକ ଭାବେ ଦୂର ଓ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ହୋଇଥିବ, ତେବେ ଏଥିପାଇଁ ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସକୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ଏହି ନିଷ୍ପତ୍ତି ଏକ କମିଟି ଦ୍ୱାରା ନିର୍ଦ୍ଧାରଣ କରାଯିବ ।

ଏହାଦ୍ୱାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପର ଠାରୁ ଏହା ଲାଗୁ ହେବ।

  • Related Posts

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ୩୦ରୁ ଅଧିକ ବିଦ୍ୟାଳୟର ୧୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ଅଂଶୀଦାରମାନେ ଏଥିରେ ନିୟୋଜିତ ହୋଇଛନ୍ତି ସୁନ୍ଦରଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭି.ଏ.ଏମ୍.ଏଲ୍ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ ସ୍କୁଲ…

    Continue reading
    ଭୁବନେଶ୍ୱରରେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର

    ଭୁବନେଶ୍ୱର: ଭୁବନେଶ୍ୱର କେଳୁ ଚରଣ ପାର୍କ ନିକଟରୁ ମିଳିଛି ଯୁବକଙ୍କ ଅଧାପୋଡ଼ା ମୃତଦେହ। ମଞ୍ଚେଶ୍ୱର ଥାନା କେଳୁ ଚରଣ ପାର୍କ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ସାରା ପୋଡ଼ା ଚିହ୍ନ, ପିନ୍ଧିଥିବା ସାର୍ଟ ମଧ୍ୟ ଜଳିଯାଇଛି। ହତ୍ୟା ପରେ ପ୍ରମାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି