OCS ପରୀକ୍ଷା ଫଳ: ଟପ୍‌ ଟେନ୍‌ରେ ଜଣେ ମହିଳା

ଶୁକ୍ରବାର ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷା-୨୦୨୩ର ଫଳ। ଏଥିରେ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି।ଅନୁଗୋଳର ପ୍ରିୟାଂଶୁ ପାଲ ଟପ୍ପର ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ଅନନ୍ୟା ମିଶ୍ର। ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିବା ବେଳେ ମିର୍ଜା ଫୈଜ ଅହମଦ କାଦ୍ରୀ ଚତୁର୍ଥ, ଚିନ୍ମୟ ସାହୁ ପଞ୍ଚମ, ଅନ୍ତିମ ସ୍ୱାଇଁ ଷଷ୍ଠ, ଶୈଳେଶ କୁମାର ଭୋଇ ସପ୍ତମ, ମହମ୍ମଦ ନଜିଫ ହତିଫ ଅଷ୍ଟମ, ଚିନ୍ମୟ କୁମାର ପାଢ଼ୀ ନବମ ଓ ମିଲନ ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି।
ଟପ୍‌ ଟେନ୍‌ରେ ଜଣେ ମହିଳା ଥିଲେ ହେଁ ଟପ୍‌ ଟ୍ୱେଣ୍ଟିରେ ୯ ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ଅନନ୍ୟା ମିଶ୍ର (୨), ପୂଜା ଯୋଶୀ (୧୧), ସ୍ୱରୂପିଣୀ ପଟନାୟକ (୧୨), ସ୍ନେହା ଦାସ ମହାପାତ୍ର (୧୪), ଦୀପସୀତା ବେହେରା (୧୬), ସୁପ୍ରିୟା ମିଶ୍ର (୧୭), ଅସୀମା ଅନ୍ୱେଷା (୧୮), ଏମ୍‌ଜି ସୁବର୍ଣ୍ଣା ମହାନ୍ତି (୧୯) ଓ ଆକାଂକ୍ଷା ମହାନ୍ତି (୨୦)। ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କୃତକାର୍ଯ୍ୟ ହୋଇଥିବା ଏହି ୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ପ୍ରଶାସନିକ ସେବା (ଗ୍ରୁପ୍‌-ଏ ଓ ବି) ୨୦୨୩ ଅଧୀନରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି।OCS ପରୀକ୍ଷା-୨୦୨୩ ପାଇଁ ଚଳିତ ବର୍ଷ ଏପ୍ରିଲ ମାସ ୧୯, ୨୦, ୨୨, ୨୪, ୨୭ ଓ ମେ’ ୧୫ ତାରିଖରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତା’ପରେ ସେପ୍ଟେମ୍ବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଆଜି ଫଳ ଘୋଷଣା କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୩ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରଶାସନିକ ସେବା ଏକ ଗର୍ବର ବିଷୟ ଏବଂ ରାଜ୍ୟର ବିକାଶଧାରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣମାନେ ସ୍ୱଚ୍ଛ, ନିରପେକ୍ଷ ଓ ଲୋକାଭିମୁଖୀ ହୋଇ ତୃଣମୂଳସ୍ତରରୁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରୁଛି। ଆପଣମାନଙ୍କ ଭବିଷ୍ୟତ କାର୍ଯ୍ୟକାଳ ଉଜ୍ଜ୍ୱଳ ହେଉ ଏବଂ ବୃତ୍ତିଗତ ଜୀବନରେ ଆପଣମାନେ ଉନ୍ନତି କରନ୍ତୁ ବୋଲି କାମନା କରୁଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ