ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପାଇଁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ୍ୟ ମତଦାତାଙ୍କୁ ଭୋଟର୍ ତାଲିକାରେ ପଞ୍ଜିକୃତ କରିବା ଏବଂ ଅନାଧିବୃତ,ପ୍ରଭାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା ସହ ମୃତ ବ୍ୟକ୍ତିଙ୍କ ନାମ ଓ ନକଲି ନାମକୁ ଚିହ୍ନଟ କରାଯାଇ ତାଲିକାରୁ ବାଦ୍ କରିବା ଏବଂ ସ୍ଥାନାନ୍ତରିତ ମତଦାତା ନାମ ସଂଶୋଧନ କରିବା, ଭୋଟର୍ ତାଲିକାରେ ସଠିକ୍ ଓ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଏସଆଇର ଲାଗୁ କରାଯାଇଛି। ଜୁଲାଇ ୧ ତାରିଖକୁ ଯୋଗ୍ୟ ତାରିଖ ଧାର୍ଯ୍ୟ କରାଯାଇଛି।୧୮ ବର୍ଷ ବୟସ ହୋଇଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବେ। ମେ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୩୩୮ ବିଏଲଓ ଘରକୁ ଘର ଯାଇ ପରିଦର୍ଶନ କରିବେ।ପରେ ୨୮ ଜୁନ୍ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକରେ ଯୁକ୍ତିସଙ୍ଗତ ପୂର୍ଣ୍ଣ ବିନ୍ୟାସ ଏବଂ ୫ ଜୁଲାଇ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟ ସୀମା ଧାର୍ଯ୍ୟ ହୋଇଥିବା ବେଳେ ୫ ଜୁଲାଇ ରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ ଦାବି ଓ ଆପତ୍ତି ସମାଧାନ ସହ ୬ ସେପ୍ଟେମ୍ବର ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ। ବିଏଲଓ ମାନଙ୍କ ଦ୍ୱାରା ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯିବ।ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟର୍ ଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ। ଏହି ପ୍ରକ୍ରିୟା ପାଇଁ ଜିଲ୍ଲାବାସୀ ସମସ୍ତେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର(ନିର୍ବାଚନ) ଏଜଲିନ ବାରା,ଡିଆଇପିଆରଓ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ।
ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ
କଟକ ୪।୬: ଏସ୍ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । କଟକ ଏସ୍ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ୱାର୍ଡ ଭିତରେ ଥିବା…

