
ଭୁବନେଶ୍ବର: ଆଜି ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଖାତାକୁ ଯିବ ପଞ୍ଚମ କିସ୍ତିର ଟଙ୍କା । ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 1.03 କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିବା ଯୋଜନା ଅନ୍ତର୍ଗତ ପଞ୍ଚମ କିସ୍ତି ପ୍ରଦାନ କରିବେ ।
ଆଜି ରାକ୍ଷୀ ପୂର୍ଣ୍ଣିମାରେ , ଓଡ଼ିଶା ସରକାର ଯୋଗ୍ୟ ମହିଳା ହିତାଧିକାରୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିବେ । ପଞ୍ଚମ କିସ୍ତି ଅଧୀନରେ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ DBT ମାଧ୍ୟମରେ 5,000 ଟଙ୍କା ଲେଖାଏଁ ମିଳିବ । ନୟାଗଡ ବ୍ଲକର ଲାଠିପଡା ଗ୍ରାମ ଖେଳ ପଡ଼ିଆରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଉପମୁଖ୍ୟମନ୍ତ୍ରୀ ପ୍ରବତୀ ପରିଡା ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ମହିଳା ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ମାଧ୍ୟମରେ କହିଛନ୍ତି ଯେ, “ମହିଳାମାନଙ୍କ ସାମଗ୍ରିକ ବିକାଶ ଓ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରି ସେମାନଙ୍କ ଆତ୍ମବିଶ୍ୱାସକୁ ନୂଆ ଶକ୍ତି ଦିଆଯାଉଛି । ଆଜି ରାକ୍ଷୀ ପୂର୍ଣ୍ଣିମାର ଅବସରରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଯିବ । ଏହି ସହାୟତା ମହିଳାଙ୍କ ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ଼ କରିବ । ସ୍ୱାସ୍ଥ୍ୟଠାରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ନାରୀଶକ୍ତିଙ୍କୁ ଆଗକୁ ନେବା ପାଇଁ ଏହି ପଦକ୍ଷେପ ଆମ ସଂକଳ୍ପକୁ ଆହୁରି ଦୃଢ଼ କରୁଛି ।”
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ନୟାଗଡରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ 1,03,26,162 ଜଣ ହିତାଧିକାରୀଙ୍କୁ ସହାୟତା ମିଳିବ । ସେମାନଙ୍କ ମଧ୍ୟରୁ 2,21,054 ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ଟଙ୍କା ପାଇବେ ।”
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପ୍ରାୟ 1 କୋଟି 3 ଲକ୍ଷରୁ ଅଧିକ ମହିଳା ପଞ୍ଚମ କିସ୍ତି ଟଙ୍କା ପାଇେବ। ଯେଉଁଥିରେ 2,21,054 ଜଣ ନୂତନ ହିତାଧିକାରୀ ମଧ୍ୟ ସାମିଲ ଅଛନ୍ତି । ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 5,160 କୋଟିରୁ ଅଧିକ ଟଙ୍କା ସ୍ଥାନାନ୍ତର କରିବେ ।




