supreme courtଟିଏମସି ବିଦ୍ରୋହୀ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ି ଏନସିପିଆଇରେ ଯୋଗଦେଇଥିବା ୨୦ ଜଣ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ମଧ୍ୟ ଏହି ଆବେଦନରେ ପକ୍ଷଭୁକ୍ତ କରାଯାଇଛି। ବିର୍ଲାଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ କହିଛନ୍ତି ଯେ ବାଚସ୍ପତି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି ଏବଂ ସମସ୍ତ ସାଂସଦଙ୍କଠାରୁ ଜବାବ ମାଗିଛନ୍ତି। ସଲିସିଟର ଜେନେରାଲ ଅନୁରୋଧ କରିଛନ୍ତି ଯେ, ଶୀର୍ଷକୋର୍ଟ ବାଚସ୍ପତିଙ୍କୁ ଆନୁଷ୍ଠାନିକ ନୋଟିସ୍ ଜାରି ନ କରନ୍ତୁ। ସେ ତାଙ୍କ ପକ୍ଷରୁ କୋର୍ଟଙ୍କୁ ଆବଶ୍ୟକ ସହାୟତା କରିବେ। ଶୀର୍ଷକୋର୍ଟ ଏହି ଅନୁରୋଧକୁ ଗ୍ରହଣ କରିଛନ୍ତି। ଅଭିଷେକ ବାନାର୍ଜୀଙ୍କ ଆବେଦନରେ କୁହାଯାଇଛି, ଏହି ସାଂସଦମାନଙ୍କ ବିରୋଧରେ ଦଳ ବଦଳ ବିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଏବଂ ସଂସଦରେ ସେମାନଙ୍କର ସଦସ୍ୟତା ବାତିଲ କରାଯିବା ଯୁକ୍ତିଯୁକ୍ତ କିନ୍ତୁ ବାଚସ୍ପତି ଏପରି କରୁ ନାହାନ୍ତି। ଏହି ସାଂସଦମାନଙ୍କୁ ଆନୁଷ୍ଠାନିକ ଭାବରେ ଏକ ପୃଥକ୍‌ ଗୋଷ୍ଠୀ ଭାବରେ ମାନ୍ୟତା ଦିଆଯାଇ ନାହିଁ କିମ୍ବା ସେମାନଙ୍କୁ ସେହିପରି ବ୍ୟବହାର କରାଯାଉନାହିଁ। ସେହି ବିଦ୍ରୋହୀ ସାଂସଦଙ୍କ ଭବିଷ୍ୟତ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବା ଆବଶ୍ୟକ।

  • Related Posts

    accident 6 dead ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌, ୬ ମୃତ

    ତେଲେଙ୍ଗାନା: କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାନୀ ଘରୋଇ ବସ୍‌ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର କୋଡାଡ ମଣ୍ଡଳର…

    Continue reading
    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ