T-20 ବିଶ୍ବକପ୍ ଫାଇନାଲରେ ଭାରତ

T-20 ବିଶ୍ବକପ୍ ଫାଇନାଲରେ ଭାରତ । ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ ଐତିହାସିକ ଶତକୀୟ ପାଳି ଖେଳିଥିଲେ ଶେଷ ଓଭରରେ ଚକମା ଦେଇ ଫାଇନାଲ ଟିକେଟ୍ ପକ୍କା କରିଛି ସୂର୍ଯ୍ୟସେନା ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ସଞ୍ଜୁ ସାମସନଙ୍କ ୮୯ ରନ୍ ଫଳରେ ଇଂଲଣ୍ଡ ଆଗରେ ୨୫୪ ରନର ଟାର୍ଗେଟ୍ ରଖିଥିଲା ଟିମ୍ ସ୍କାଏ । ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା । ତେବେ ୧୮ତମ ଓଭରରେ ବୁମରା ୬ ରନ ଦେଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍ ଦେବା ସହ ସାମ୍ କରନଙ୍କ ୱିକେଟ୍ ନେଇ ଦଳକୁ ବିଜୟ ଆଶା ଦେଇଥିଲେ । ଏହାପରେ ଆଉ ମ୍ୟାଚ୍କୁ ଫେରି ପାରିନଥିଲା ଇଂଲଣ୍ଡ ।

ଶେଷ ଓଭରରେ ଶିବମ ଦୁବେ ବୋଲିଂ କରିଥିଲେ । ପ୍ରଥମ ବଲରେ ହିଁ ଦୁଇ ରନ୍ ନେବା ପ୍ରୟାସ୍ କରି ରନ୍ ଆଉଟ ହୋଇଥିଲେ ଜ୍ୟାକବ୍ ବେଥେଲ୍ । ଏହାପରେ ଜୋଫ୍ରା ଆର୍ଚର ଲଗାତାର ୩ଟି ଛକା ମାରିଥିଲେ ସୁଦ୍ଧା ଏହା ଇଂଲଣ୍ଡର ପରାଜିତ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣିଥରେ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ମୋଟ୍ ୪୯୯ ରନ୍ ସଂଗୃହିତ ହୋଇଛି । ଆସନ୍ତା ୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟ୍ରଫି ଟକ୍କର୍ ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ