ଅଗଷ୍ଟ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫଳ

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌(ଏସ୍‌ଓଏସ୍‌ସି) ପରୀକ୍ଷା ଫଳ ମଧ୍ୟ ଏକ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ସୂତ୍ରରୁ ସୂଚନା ମିଳିଛି ।

ଅବଜେକ୍ଟିଭ୍‌ ଓ ସବଜେକ୍ଟିଭ୍‌ ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍‌ ଭାଲୁଏସନ୍‌ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସବଜେକ୍ଟିଭ୍‌ ଉତ୍ତର ଖାତାର ମୂଲ୍ୟାୟନ ପ୍ରଥମ ଥର ପାଇଁ ଅନ୍‌ ସ୍କ୍ରିନ୍‌ରେ କରାଯାଇଛି । ତେଣୁ ମୂଲ୍ୟାୟନକାରୀମାନେ ନାଲି ପେନ୍‌ରେ ଭୁଲ୍‌ ଠିକ୍‌ ବାଛି ନମ୍ବର ଦେବା ବଦଳରେ ଲାପ୍‌ଟପ୍‌ର ସ୍କ୍ରିନ୍‌ ଉପରେ ମାଉସ୍‌ରେ କ୍ଲିକ୍‌ କରି ରେଡ୍‌ ମାର୍କ ଦେଉଛନ୍ତି । ଡିଜିଟାଲ୍‌ ଭାଲୁଏସନ୍‌ କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ଚାଲିଛି । ୪ ଶହ ଶିକ୍ଷକ ଏହି ଡିଜିଟାଲ୍‌ ଭାଲୁଏସନ୍‌ରେ ସାମିଲ୍‌ ଅଛନ୍ତି ।
​​​​​​​
ସୂଚନାଥାଉକି, ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଏସ୍‌ଓଏସ୍‌ସି ପରୀକ୍ଷା ପାଇଁ ରାଜ୍ୟରେ ୨୪ ହଜାର ୪୭୦ ଜଣ ଆବେଦନ କରିଥିଲେ । ୩୦ଟି ଯାକ ଜିଲ୍ଲାରେ ୨୫୧ଟି କେନ୍ଦ୍ରରେ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଏସ୍‌ଓଏସ୍‌ସି ପରୀକ୍ଷା ୧୨ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଇଥିଲେ । ଏବେ ରାଜ୍ୟରେ +୨ ଆଡ ମିସନ୍‌ ପ୍ରକ୍ରିୟା ଚାଲିଛି । ଜୁଲାଇ ୯ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫଳ ଓ ଏସ୍‌ଓଏସ୍‌ସି ପରୀକ୍ଷା ପ୍ରକାଶ ପାଇଲେ ଏଥିରେ କୃତ କାର୍ଯ୍ୟ ପରୀକ୍ଷାର୍ଥୀ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପାଇ ଶେଷ ପର୍ଯ୍ୟାୟରେ +୨ରେ ଆଡ ମିସନ କରିବାର ସୁଯୋଗ ପାଇପାରିବେ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ