ଅଧିକ ସମୟ ଧରି ପରିସ୍ରା ରୋକୁଛନ୍ତି କି ? ସାବଧାନ

ପରିଶ୍ରା ଲାଗୁଥିବ କିନ୍ତୁ ରୋକିକରି ବସିଥିବେ ଏମିତି କେବେ ପରିସ୍ଥିତି ଉପୁଜିଛି କି ? ଏ ପ୍ରଶ୍ନରେ ବୋଧହୁଏ ଆପଣ ଭାବୁଥିବେ ଏ ତ ନିତିଦିନିଆ କଥା , କାମରେ ବ୍ୟସ୍ତ ରହିଗଲେ ବେଳେବେଳେ ବିଳମ୍ବ ହେଇଯାଏ । କର୍ମବ୍ୟସ୍ତତା ଯୋଗୁଁ ହେଉ କିମ୍ବା ଯାତ୍ରାକାଳରେ ସୁବିଧାର ଅଭାବ ହେଲେ ପରିସ୍ରା ରୋକିବା ଭଳି କାମ ପ୍ରାୟତଃ ସମସ୍ତେ କରନ୍ତି ଆଜ୍ଞା । କିନ୍ତୁ ଏହି ଛୋଟ କାମଟି ଯେ ଆପଣଙ୍କୁ କେତେ ବଡ଼ ଗମ୍ଭୀର ରୋଗ ଆଡକୁ ବାଟ କଢାଇ ନେଉଛି କେବେ ଭାବିଛନ୍ତି କି? ଏଥିରେ ବ୍ଲାଡର୍ ଲିକେଜ୍ ସମସ୍ୟାରୁ ଆରମ୍ଭ କରି ସଂପୂର୍ଣ୍ଣ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଅଧିକ ସମୟ ଧରି ପରିଶ୍ରା ରୋକିଲେ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିଥାଏ । ବର୍ତ୍ତମାନ ସମୟରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହେଉଛି ୟୁଟିଆଇ । ଯାହାକୁ ସାଧାରଣତଃ ୟୁରିନ୍ ଇନଫେକ୍ସନ୍ ବୋଲି କୁହାଯାଏ । ଅନେକ କାରଣରୁ ଏହି ସମସ୍ୟା ଦେଖାଯାଏ । କିନ୍ତୁ ଅଧିକ ସମୟ ଧରି ପରିଶ୍ରା ରୋକିବା ଏହାର ଏକ ବଡ଼ କାରଣ ହୋଇଥାଏ । ପରିଶ୍ରା ଆସୁଥିବା ସମୟରେ ଏହାକୁ ରୋକିଲେ ବ୍ୟାକ୍ଟେରିଆ ବଢିଥାଏ , ଯାହା ବ୍ଲାଡରର ଭିତର ପର୍ଯ୍ୟନ୍ତ ପହଂଚିଥାଏ । ସଂକ୍ରମଣ ବଢିବା ପରେ ଏହା ଅନେକ ଗମ୍ଭୀର ରୋଗକୁ ଜନ୍ମ ଦିଏ । ଏଭଳି ସ୍ଥିତିରେ ପରିଶ୍ରା ଆସିବା ମାତ୍ରେ ଏହାକୁ ପାସ୍ କରନ୍ତୁ ନଚେତ୍ ୟୁଟିଆଇର ସମସ୍ୟା ଗମ୍ଭୀରତା ଆଡ଼କୁ ଗତି କରିବ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ ।

 

ୟୁରିନ୍ ଲିକେଜ୍ ସମସ୍ୟା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ । ପରିଶ୍ରା ଉପରେ ନିୟନ୍ତ୍ରଣ ନ ରଖିପାରି ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୟୋଜ୍ୟେଷ୍ଠ । କିନ୍ତୁ ଯଦି ଆପଣ ଅଧିକ ସମୟ ଧରି ପରିଶ୍ରା ରୋକୁଛନ୍ତି ତାହେଲେ ଆପଣଙ୍କ ପେଲଭିକ୍ ଫ୍ଲୋର୍ ଏବଂ ବ୍ଲାଡର୍ ଦୁର୍ବଳ ହୋଇଯାଏ ଏବଂ କମ୍ ବୟସରୁ ହିଁ ୟୁରିନ୍ ଲିକେଜ୍ ସମସ୍ୟା ଦେଖାଯାଏ । ପରିଶ୍ରାରେ ୟୁରିକ୍ ଏସିଡ୍ ଏବଂ କ୍ୟାଲସିୟମ୍ ଆକ୍ସଲେଟ୍ ନାମକ ମିନେରାଲ୍ ମହଜୁଦ୍ ଥାଏ । ଏହି ମିନେରାଲକୁ ଯଦି ଅଧିକ ସମୟ ଧରି ରୋକାଯାଏ ତାହେଲେ କିଡନୀ ଷ୍ଟୋନ୍ ସମସ୍ୟା ମଧ୍ୟ ହୋଇପାରେ ।

ଲଗାତାର ପରିଶ୍ରା ରୋକିବା ଦ୍ୱାରା ବ୍ଲାଡରର ମାଂସପେଶୀ ଦୁର୍ବଳ ହେବା ସହ ଟାଣିଥାଏ । ଏହା ଦ୍ୱାରା ସମୟ ବଢିଲେ ବ୍ଲାଡର୍ ଫାଟିବା ଭଳି ଗମ୍ଭୀର ସମସ୍ୟା ମଧ୍ୟ ଦେଖାଯାଏ । ପରିଶ୍ରା ରୋକିବା ଦ୍ୱାରା କିଡନୀ ଉପରେ ଏହାର ପ୍ରେସର୍ ପଡ଼ିଥାଏ ଯାହା ଭବିଷ୍ୟତରେ କିଡନୀ ସମ୍ବନ୍ଧୀୟ ରୋଗକୁ ଜନ୍ମ ଦିଏ । ଏହାଛଡ଼ା ଲମ୍ବା ସମୟ ଧରି ପରିଶ୍ରା ରୋକିବାର ଅଭ୍ୟାସ କିଡନୀ ଏବଂ ବ୍ଲାଡରରେ ପୀଡାର କାରଣ ପାଲଟିଥାଏ । ୟୁରିନରୀ ରିଟେସନ୍ ସମସ୍ୟା ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ମୂତ୍ରାଶୟ ସଂପୂର୍ଣ୍ଣ ରୂୂପରେ ଖାଲି ହୋଇ ନ ପାରି ପରିଶ୍ରା କଲାବେଳେ ଅସୁବିଧା ଉପୁଜିଥାଏ ।

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ