ଅପରେସନ ସିନ୍ଦୂର ବିତର୍କ: ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

ଭୁବନେଶ୍ବର : ସଂସଦରେ ଅପରେସନ ସିନ୍ଦୂର ଉପରେ ମହା ବିତର୍କ ଆଉ ଓଡ଼ିଶାରେ ଏହାକୁ ନେଇ ରାଜନୈତିକ ବାଦ ବିବାଦ ।ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନା ବେଳେ ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂରକୁ ବିଜେଡିର ସମର୍ଥନ ଉପରେ କଂଗ୍ରେସ ଉଠାଇଛି ପ୍ରଶ୍ନ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଏଥିରୁ ସ୍ପଷ୍ଟ ବିଜେଡି ବିଜେପିକୁ ଡରିଯାଇଛି । ବିଜେଡି ଯଦି ଅପରାଧୀ ନୁହେଁ ତେବେ ବିଜେପିକୁ କାହିଁକି ସମର୍ଥନ ଦେଉଛି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଭକ୍ତ କହିଛନ୍ତି ଇଡି, ସିବିଆଇ ବିଜେଡି ନେତାଙ୍କ ବେକରେ ଝୁଲିଛି । ତେଣୁ ବିଜେଡି ଆଉ ମୁଖ୍ୟ ବିରୋଧିର ଦାୟିତ୍ୱ ନିର୍ବାହ କରିପାରିବ ନାହିଁ । ଯଦି ବିଜେଡି ସତରେ ନାରୀଙ୍କ ନ୍ୟାୟ ପାଇଁ ଲଢେଇ କରୁଛି ତେବେ ଆସନ୍ତା ବିଧାନସଭା ଅଧିବେଶନରେ ମୁଖ୍ୟ ବିରୋଧୀ ଦଳ ଭାବରେ କାର୍ୟ୍ୟକରି ଦେଖାଉ ବୋଲି ଭକ୍ତ କହିଛନ୍ତି ।

ବିଜେଡି କିନ୍ତୁ କଂଗ୍ରେସ କଥାକୁ ଗୁରୁତ୍ବ ଦେଇନି । ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସେନାକୁ ନେଇ ରାଜନୀତି ହେବା କଥା ନୁହଁ । ଦେଶର ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ । ସବୁବେଳେ ସୈନିକର ମନୋବଳ ବୃଦ୍ଧି କରିବା ଦରକାର । ଯୁଦ୍ଧ କ୍ଷେତ୍ରରେ ସୈନିକ ମାନେ କିଭଳି ଦେଶର ସୁରକ୍ଷା କରନ୍ତି ଏହାକୁ ଦୃଷ୍ଟିରେ ରଖି ବିଜେଡି ଅପରେସନ ସିନ୍ଦୁରକୁ ସମର୍ଥନ ଜଣାଇଛି ବୋଲି କହିଛି ବିଜେଡି ।

ସେପଟେ ବିଜେପି କିନ୍ତୁ ବିଜେଡ଼ିର ଭୂମିକାକୁ ପ୍ରଶଂସା କରିଛି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଦେଶର ସୁରକ୍ଷାକୁ ନେଇ ରାଜନୀତି କରିବା କଥା ନୁହେଁ । ସାରା ବିଶ୍ଵ ଅପରେସନ ସିନ୍ଦୂରକୁ ନେଇ ମୋଦିଙ୍କୁ ପ୍ରଶଂସା କରିଛି । ଭାରତର ସ୍ଥାନ ବହୁ ଉଚ୍ଚକୁ ଯାଇଛି । କଂଗ୍ରେସର ବର୍ତ୍ତମାନ ରାଜ୍ୟରେ ସ୍ଥିତି ଠିକ୍ ନାହିଁ । ବିଜେଡ଼ି ପାଇଁ ଓଡ଼ିଶାରେ କଂଗ୍ରେସ ଧ୍ଵଂସ ହୋଇଯାଇଛି । ସେଥିପାଇଁ ବିଜେଡ଼ି ଉପରେ କଂଗ୍ରେସର ରାଗ ବୋଲି ସେ କହିଛନ୍ତି ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ