
ଦେବଗଡ଼:ଅବସରକାଳୀନ ପ୍ରାପ୍ୟ ନ ମିଳିବାରୁ ଆଜି ଅବସରପ୍ରାପ୍ତ ପୌର କର୍ମଚାରୀମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।ସୂଚନା ଅନୁଯାୟୀ,ଅବସରପ୍ରାପ୍ତ ପୌର କର୍ମଚାରୀମାନଙ୍କୁ ସେମାନଙ୍କର ଗ୍ରାଚ୍ୟୁଇଟି, ଛୁଟି ଦରମା,ସପ୍ତମ ବେତନ କମିସନର ବକେୟା ରାଶି ପ୍ରଦାନ କରାଯାଇନାହିଁ । ଯାହା ଫଳରେ ଅବସରପ୍ରାପ୍ତ ପୌର କର୍ମଚାରୀମାନେ ପ୍ରାଥମିକ ସାମଗ୍ରୀ ଏବଂ ଔଷଧର ମୂଲ୍ୟ ବୃଦ୍ଧି ହେତୁ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବକେୟା ପାଉଣା ପ୍ରଦାନ ପାଇଁ ଅବସରପ୍ରାପ୍ତ ପୌର କର୍ମଚାରୀମାନେ ବିଭାଗୀୟ ଅଧିକାରୀମାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କର ବକେୟା ପାଉଣା ପ୍ରଦାନ ଦିଗରେ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେମାନଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପୌର କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ବକେୟା ପାଉଣା ପ୍ରଦାନ କରାଯାଇନଥିବାରୁ ସେମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।




