ଆଗୁଆ ଜାମିନ ଆବେଦନ କଲେ ‘ଖାନ୍‌ ସାର୍‌’

ପାଟନା: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ‘ଖାନ୍‌ ସାର୍‌’ (ଫୈସଲ ଖାନ୍‌)ଙ୍କ ବିରୋଧରେ ପାଟନା ପୁଲିସ ଏକ ମାମଲା ରୁଜୁ କରିଛି। ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ସମ୍ମୁଖରେ ହୋଇଥିବା ଗୁଳିଚାଳନା ଓ ଭଙ୍ଗାରୁଜା ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପାଟନାର ଏକ ଥାନାରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍‌ର ମୁଖ୍ୟ ‘ଖାନ୍ ସାର୍‌’ ଏବଂ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀଙ୍କ ବିରୋଧରେ ଆର୍ମସ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌)ର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି। ଭିଡିଓରେ କୋଚିଂ ସେଣ୍ଟରର ଦୁଇଜଣ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରୁଥିବାର ଦେଖାଯାଇଥିଲା। ପୁଲିସ ଦ୍ୱାରା ଗିରଫ ହୋଇଥିବା ଦୁଇଜଣ ଘରୋଇ ସୁରକ୍ଷାକର୍ମୀ (ପ୍ରଦୀପ କୁମାର ଓ ତାଲେବର ସିଂହ) ପଚରାଉଚରା ବେଳେ ସେମାନେ ‘ଖାନ୍ ସାର୍‌’ଙ୍କ ନିର୍ଦେଶରେ ହିଁ ଗୁଳି ଚଳାଇଥିଲେ ବୋଲି କହିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଖାନ୍ ସାର୍‌ କହିଥିଲେ ‘ତୁମେମାନେ ଗୁଳି ଚଳାଅ, ବାକି ସବୁ ମୁଁ ଦେଖିନେବି।’

ଏହି ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍‌ ସାର୍‌ ଶନିବାର ପାଟନାର ଏକ ଅଦାଲତରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ଖାନ୍‌ ସାର୍‌ଙ୍କ ତରଫରୁ ଆଗୁଆ ଜାମିନ ଆବେଦନ କରିଥିବା ଓକିଲଙ୍କ କହିବାନୁଯାୟୀ ପ୍ରତିପକ୍ଷ କୋଚିଂ ସେଣ୍ଟରର ନିର୍ଦେଶକ ଖାନ୍‌ ସାର୍‌ଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଏହି ଷଡ଼ଯନ୍ତ୍ର କରିଛନ୍ତି। ସୂଚନାଥାଉକି ଗତ ମଙ୍ଗଳବାର ରାତିରେ ୧୫ ରୁ ୨୦ ଜଣ ଲୋକ ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ସୁରକ୍ଷାକର୍ମୀଙ୍କୁ ମାରପିଟ୍ କରିଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ଆତ୍ମରକ୍ଷା ପାଇଁ ସୁରକ୍ଷାକର୍ମୀମାନେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଫାଙ୍କା ଗୁଳି ଚଳାଇଥିଲେ।

  • Related Posts

    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading
    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ