ଆଜି ବାରବାଟୀ କାଉଣ୍ଟରରେ ଟିକଟ ବିକ୍ରି

କଟକ: ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆଜି କାଉଣ୍ଟରରେ ବିକ୍ରି ହେବ ଟିକଟ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଟିକଟ ଖଣ୍ଡେ ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବହୁ କ୍ରିକେଟ୍‌ପ୍ରେମୀ ଗୁରୁବାରଠାରୁ କଟକରେ ଆସି ଡେରା ପକାଇଛନ୍ତି। ବିଶେଷକରି ଷ୍ଟାର ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ଅନେକ ଆଶା ବାନ୍ଧିଛନ୍ତି। ଦର୍ଶକଙ୍କ ଏପରି ଉତ୍ସାହ କମିସନରେଟ୍‌ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ଟିକଟ ବିକ୍ରି ସମୟରେ ବହୁବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ବାଉଁଶ ପରିବର୍ତ୍ତେ ଲୁହାବାଡା ବନ୍ଧାଯିବା ସହ ପୂରା ଷ୍ଟାଡିୟମ ପରିସରରେ ସିସି ଟିଭି ଫୁଟେଜ୍‌ ଖଞ୍ଜାଯାଇଛି। ଟିକଟ ବିକ୍ରି ସମୟରେ ଧାଡି ଠାରୁ ଆରମ୍ଭ କରି କାଉଣ୍ଟର ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ୪୩ ଟି ବୁଲେଟ୍‌ ଆଇପି କ୍ୟାମେରା ନଜର ରଖିବ। ଉକ୍ତ କ୍ୟାମେରା ସହ ଏଲଇଡି ପ୍ୟାନେଲର ବ୍ୟବସ୍ଥା କରାଯାଇଛି। ଯଦି କେହି ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ହୋଇଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକବ୍ଲକିଂ କରାଯିବା ସହ ଯାଞ୍ଚ କଡାକଡି କରାଯାଇଛି। ମୋଟାମୋଟି ଭାବେ ବାରବାଟୀ ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରହିଛି।

ଆଜି ସର୍ବସାଧାରଣଙ୍କ ଲାଗି ଟିକଟ ବିକ୍ରି କରାଯିବ। ଏହାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶକମାନେ ଯେପରି ଶାନ୍ତି ଶୃଙ୍ଖଳାରେ ଧାଡ଼ିରେ ରହି ଟିକଟ ସଂଗ୍ରହ ପାରିବେ ସେ ନେଇ ବ୍ୟାପକ ବନ୍ଦୋବସ୍ତ ହୋଇଛି। ୫ ଓ ୬ ତାରିଖ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ସକାଳ ୬ ଟାରୁ ଦର୍ଶକମାନେ ଟିକଟ ପାଇଁ ଲାଇନ ଲଗାଇପାରିବେ। ୯ଟାରେ କାଉଣ୍ଟର ଖୋଲିବା ପରେ ଟିକେଟ ବିକ୍ରି କରାଯିବ। କେବଳ ଟିକଟ କିଣିବାକୁ ଆସିଥିବା ଲୋକେ କ୍ୟାମ୍ପସ ପରିସରରେ ରହି ପାରିବେ। ସର୍ବସାଧାରଣଙ୍କ ନିମନ୍ତେ କ୍ୟାମ୍ପସ ପରିସରକୁ ନୋ ମ୍ୟାନ ଲାଣ୍ଡ ଘୋଷଣା କରାଯାଇଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ