ଆଜି ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ୱର: ଘରଚଟିଆ(ହାଉସ୍ ସ୍ପାରୋ) । ଅତି ଛୋଟିଆ ପକ୍ଷୀଟିଏ । ତାର ଚିରିଂ ଚିରିଂ ଶବ୍ଦ ପରିବେଶକୁ ଆନନ୍ଦମୟ କରିଦିଏ । ଗ୍ରାମାଞ୍ଚଳରେ ଏହି ଚିରିଂ ଚିରିଂ ସ୍ୱର ସକାଳର ପରିବେଶକୁ ସୁନ୍ଦର କରିଥାଏ । ଯାହାକୁ ଲୋକମାନେ ପ୍ରକୃତିର ସଙ୍ଗୀତ ବୋଲି ଭାବନ୍ତି । ଯେଉଁଠାରେ ଘରଚଟିଆ ରହେ ସେଠାରେ ପରିବେଶ ସାଧାରଣତଃ ସୁସ୍ଥ ରହିଥାଏ ।ପ୍ରତିବର୍ଷ ମାର୍ଚ୍ଚ ୨୦କୁ ‘ବିଶ୍ୱ ଘରଚଟିଆ ଦିବସ’(ୱାର୍ଲଡ ସ୍ପାରୋ ଡେ’) ରୂପେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରଚଟିଆର ସୁରକ୍ଷା ପ୍ରତି ସଚେତନ କରିବା । ୨୦୧୦ ମସିହାରେ ନେଚର ଫରଏଭର ସୋସାଇଟି ଅଫ୍ ଇଣ୍ଡିଆ ଏବଂ ଇକୋ-ସିସ୍ ଆକ୍ସନ ଫାଉଣ୍ଡେସନ୍ ପ୍ରୟାସରେ ଏହି ଦିବସର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦିବସ ସାରା ବିଶ୍ୱରେ ପରିଚୟ ପାଇଛି ।

ଏକଦା ସମୟରେ ଘରଚଟିଆ ପକ୍ଷୀ ପ୍ରାୟ ପ୍ରତ୍ୟେକ ଘରର ଅଗଣାରେ ଦେଖିବାକୁ ମିଳୁଥିଲା, କିନ୍ତୁ ଆଧୁନିକୀକରଣ, କଂକ୍ରିଟ ଘର, ମୋବାଇଲ ଟାୱାରର ବିକିରଣ ଓ ଖାଦ୍ୟ ଅଭାବ ଯୋଗୁଁ ଏହି ପକ୍ଷୀର ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇଛି । ସେହିପରି କୃଷି କ୍ଷେତ୍ରରେ ବେଶି ପରିମାଣରେ କୀଟନାଶକ ବ୍ୟବହାର ହେବାରୁ ସେମାନଙ୍କ ପାଇଁ ଖାଦ୍ୟ ଶୃଙ୍ଖଳ ମଧ୍ୟ ପ୍ରଭାବିତ ହେଉଛି ।

ଘରଚଟିଆ ଗାଁ ଗହଳିରୁ ନିପାତ ହୋଇଯାଇଛନ୍ତି, କିନ୍ତୁ ସହରରେ ଅଳ୍ପ ବହୁତ ଅଛନ୍ତି । ଘରଚଟିଆକୁ ‘ମଡ୍ ବାଥ ବାର୍ଡ’ ମଧ୍ୟ କୁହାଯାଏ । ଘରଚଟିଆ ମୁଖ୍ୟତଃ ଚାଳ ଘରେ ରୁହନ୍ତି । ବାରମ୍ବାର ବାତ୍ୟା ଯୋଗୁଁ ଚାଳ ଘର ହ୍ରାସ ପାଉଥିବାରୁ ଏହି ପକ୍ଷୀମାନେ ସହରାଭିମୁଖୀ ହେଲେ । ସହରାଞ୍ଚଳର ବିଶେଷ କରି ଯେଉଁଠି ପରିତ୍ୟକ୍ତ ଓ ସୁରକ୍ଷିତ ସ୍ଥାନ ରହିଛି ସେଠାରେ ସେମାନଙ୍କ ବଂଶ ବୃଦ୍ଧି ହୋଇଛି ।

ଘରଚଟିଆକୁ ଇଂରେଜମାନେ ଭାରତ ଆସିଲା ବେଳେ ଆଣିଥିଲେ । ସେତେବେଳେ ଭାରତରେ ଲୋକମାନଙ୍କର ଚାଳଘର ଥିଲା । ତେଣୁ ଘରଚଟିଆ ଚାଳର ନଡ଼ାରେ ଲାଗିଥିବା ଧାନକୁ ଖାଆନ୍ତି ଓ ସେଠାରେ ବସା କରନ୍ତି । ଧାନ, ଚାଉଳ, ଗହମ, ଜିଆ, ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ । ସେମାନେ କୀଟ ପତଙ୍ଗ ଖାଇ ଚାଷକୁ ସୁରକ୍ଷା କରନ୍ତି ଓ ପ୍ରାକୃତିକ ସମତାକୁ ରକ୍ଷା କରନ୍ତି । ତେଣୁ ସେମାନଙ୍କ ହ୍ରାସ ଆମ ପରିବେଶ ପାଇଁ ଏକ ସତର୍କ ସଙ୍କେତ । ଏହି ପକ୍ଷୀକୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ କେବଳ ପୁସ୍ତକ ଓ ଚିତ୍ରରେ ହିଁ ସୀମିତ ରହିଯିବାର ଆଶଙ୍କା ଅଛି ବୋଲି କହିଛନ୍ତି ପକ୍ଷୀବିତ୍ ଶ୍ୟାମସୁନ୍ଦର ମିଶ୍ର ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ