ଆସନ୍ତାକାଲି ବନ୍ଦ : ଜାଣନ୍ତୁ କ’ଣ ବନ୍ଦ ରହିବ ? କ’ଣ ଖୋଲା ରହିବ ?

ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ କରାଯିବ । ବସ୍‌, ଅଟୋ, ଟ୍ରକ୍‌ ଓ ଅନ୍ୟାନ୍ୟ ସାଧାରଣ ଓ ବାଣିଜ୍ୟିକ ଯାତାୟାତ ବନ୍ଦ ରହିବ । ବନ୍ଦ ସମୟରେ ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କରାଯିବ ।

କାହାକୁ ମିଳିବ ଅନୁମତି ?
ଜରୁରୀ ଆବଶ୍ୟକତାରେ ଯାଉଥିବା ଲୋକ, ରୋଗୀ, ବୃଦ୍ଧ, ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଯାତାୟାତରେ ସହଯୋଗ କରାଯିବ । କୌଣସି ହସ୍ପିଟାଲ୍‌ କିମ୍ବା ଚିକିତ୍ସାସେବାକୁ ବନ୍ଦ କରାଯିବ ନାହିଁ । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଯିବାକୁ ଦିଆଯିବ । ଛାତ୍ର -ଛାତ୍ରୀମାନଙ୍କର ସମସ୍ତ ପ୍ରକାରର ପରୀକ୍ଷା ପାଇଁ କୌଣସି ବାଧା ରହିବ ନାହିଁ । ୧୦୮, ୧୦୨ ଓ ସମସ୍ତ ପ୍ରକାରର ଆମ୍ବୁଲାନ୍ସକୁ କୌଣସି ପରିସ୍ଥିତିରେ ଅଟକାଯିବ ନାହିଁ । ରୋଗୀଙ୍କୁ ହସ୍ପିଟାଲ୍‌ ନେଉଥିବା ଯେକୌଣସି ଗାଡ଼ିକୁ ତୁରନ୍ତ ରାସ୍ତା ଦିଆଯିବ । ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର ଓ ଜରୁରୀ ଚିକିତ୍ସା ସାମଗ୍ରୀ ଯୋଗାଣକୁ ବନ୍ଦରେ ସାମିଲ କରାଯିବ ନାହିଁ । ଦୁଧ ବିତରଣ କେନ୍ଦ୍ର, ଦୁଧ ଗାଡ଼ି ଓ ଆବଶ୍ୟକ ଦୁଧ ଯୋଗାଣ ବନ୍ଦରୁ ବାହାରେ ରହିବ । ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକ ଓ ଖବର ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କରିବାରେ ବାଧା ଦିଆଯିବ ନାହିଁ ।

  • Related Posts

    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading
    ୧୩ ବିଶ୍ୱ ବିଦ୍ୟାଳୟ ଓ ୩୨୮ ମହାବିଦ୍ୟାଳୟରେ ହେବ ନିର୍ବାଚନ

    ୩ ବିଶ୍ୱ ବିଦ୍ୟାଳୟ ଓ ୨୦୨ ମହାବିଦ୍ୟାଳୟରେ ହେବ ଚୟନ ଭୁବନେଶ୍ୱର, ୭ ।୧୦ : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ