ଇ-କେୱାଇସି କରିନାହାନ୍ତି ୧୫.୫୭ଲକ୍ଷ ରେସନ କାର୍ଡଧାରୀ

ଭୁବନେଶ୍ବର: ଯେଉଁ ରେସନ କାର୍ଡ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ନଭେମ୍ବରରୁ ଆଉ ମାଗଣା ଚାଉଳ ମିଳିବ ନାହିଁ। କାରଣ ଇ-କେୱାଇସି କରିବାର ଅବଧି ଅକ୍ଟୋବର ୩୧ ଥିଲା। ଏହି ସମୟ ସୀମା ମଧ୍ୟରେ ଯେଉଁ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ଯୋଜନାରୁ ବାଦ୍ ଦିଆଯିବ। କେନ୍ଦ୍ର ସରକାର ଇ-କେୱାଇସି ସମୟ ବୃଦ୍ଧି କରିନାହାନ୍ତି। ସେହି ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ଅବଧି ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଥିବା ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଅକ୍ଟୋବର ୨୯ ସୁଦ୍ଧା ରାଜ୍ୟର ୧୫ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ବ ରେସନ କାର୍ଡ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ଯୋଜନାରୁ ବାଦ୍ ପଡ଼ିବା ଦ୍ବାରା ଆଉ ପୂର୍ବଭଳି ମାଗଣା ଚାଉଳ ପାଇବେ ନାହିଁ। ଇ-କେୱାଇସି ପାଇଁ କେନ୍ଦ୍ର ସରକାର ସମୟ ବଢାଇଲେ ରାଜ୍ୟ ସରକାର ସେହି ଅନୁସାରେ ସମୟ ବଢ଼ାଇବେ। ଯଦି କେଉଁ ଦୁଃଖୀରଙ୍କି ବାଦ୍‌ ରହିଯାଇଥି‌େ‌ବ ସେମାନେ ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ତାଙ୍କ କଥା ବିଚାର କରାଯିବ ବୋଲି କୁହାଯାଇଛି, ବହୁ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରିନାହାନ୍ତି। ପୁଣି ଉପାନ୍ତ ଅଞ୍ଚଳରେ ନେଟ୍‌ୱର୍କ ସମସ୍ୟା ଯୋଗୁଁ ଅନେକ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି। ବୟସ୍କ ଓ ଶଯ୍ୟାଶାୟୀଙ୍କ ଇ-କେୱାଇସି ଅପଡେଟ୍‌ରେ ସମସ୍ୟା ରହିଛି। ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକଙ୍କ ପରିବାର ମଧ୍ୟ ଇ-କେୱାଇସି କରିପାରିନାହାନ୍ତି। ପୂର୍ବ ସରକାର କେନ୍ଦ୍ରର ବାରମ୍ବାର ଚାପ ସତ୍ତ୍ବେ ଅଯୋଗ୍ୟ ହିତାଧିକାରୀ କାଟି ନଥିବା ବେଳେ ବିଜେପି ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍‌ ଦେବା ପାଇଁ ୨୦୨୫ ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଥିଲା ଇ-କେୱାଇସି ପ୍ରକ୍ରିୟା। ଗରିବଙ୍କ ଚାଉଳ ଧନୀ ଶ୍ରେଣୀର ଲୋକ ହାତେଇ ଥିବା ବିଭାଗୀୟ ମନ୍ତ୍ରୀଶ୍ରୀ ପାତ୍ର କହିଥିଲେ। ଭୂତ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଏହି ଇ-କେୱାଇସି ବ୍ୟବସ୍ଥା ଲାଗୁ କରିଥିଲେ। ହେଲେ ସାଢ଼େ ୧୫ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ବାଦ୍ ପଡ଼ିବା ସମ୍ଭାବନା ଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ବଢାଇଛି। ଇ-କେୱାଇସି ଦ୍ବାରା ୬ଲକ୍ଷ ଭୂତ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ସରକାର ନୂଆ ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନ କରାଯାଉଛି।

ସୂଚନାନୁଯାୟୀ, ଅକ୍ଟୋବର ୧୪ ସୁଦ୍ଧା ପ୍ରାୟ ୧୬ଲକ୍ଷ ୩୦ ହଜାର ହିତାଧିକାରୀ ଇ-କେୱାଇସି କରି ନ ଥିଲେ। ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ୧୫ଦିନ ଭିତରେ ଅର୍ଥାତ୍ ଅକ୍ଟୋବର ୨୯ ସୁଦ୍ଧା ୭୩ ହଜାର ୧୦୬ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି।

ଖୋର୍ଦ୍ଧା ୬୫ ହଜାର ୩୪୯, କୋରାପୁଟ ୫୩ ହଜାର ୭୪୩, ନବରଙ୍ଗପୁର ୫୪ ହଜାର ୪୫୫, ରାୟଗଡ଼ା ୩୮ ହଜାର ୬୮୪, ସୁନ୍ଦରଗଡ଼ ୪୬ ହଜାର ୫୫୧, ଜଗତସିଂହପୁର ୩୬ ହଜାର ୬୪୪, ନୟାଗଡ଼ ୩୫ ହଜାର ୧୮୧, ମାଲକାନଗିରି ୨୮ହଜାର ୮୮୫, ସମ୍ବଲପୁର ୨୬ହଜାର ୮୪, କନ୍ଧମାଳ ୨୫ ହଜାର ୪୨୫, ନୂଆପଡ଼ା ୨୬ହଜାର ୩୫୯, ସୁନ୍ଦରଗଡ଼ ୨୩ ହଜାର ୬୧୭, ଗଜପତି ୨୩ ହଜାର ୨୧୧, ଝାରସୁଗୁଡ଼ା ୧୫ ହଜାର ୮୬୭ ଏବଂ ବୌଦ୍ଧରେ ୧୪ହଜାର ୪୨୧ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।

  • Related Posts

    ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା…

    Continue reading
    ଗଡମାଣତୀର ପଞ୍ଚାୟତରେ ପତାକା ଉତ୍ତୋଳନ କଲେ ଜେନ-ଜୀ

    ବେଗୁନିଆ : ଗଡମାଣତୀର ପଞ୍ଚାୟତର ସରପଞ୍ଚ କରୁଣାକର ଦଳସିଂହରାୟ ସ୍ୱାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ କରିଛନ୍ତି । ସମ୍ପ୍ରତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜେନ-ଜୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁକ୍ତ ଦୁଇର ଛାତ୍ର ଶୁଭାଶିଷ ସାମନ୍ତରାୟଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ