ଇସିଙ୍କୁ ନଡ୍ଡାଙ୍କ ସମର୍ଥନ

ନୂଆଦିଲ୍ଲୀ : ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୋମବାର କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏହି ପ୍ରସଙ୍ଗରେ ଇସିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିବା ବେଳେ ବିରୋଧୀ ଦଳର ନେତାଙ୍କୁ ସମାଲୋଚନା କରିଛନ୍ତି।
ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ନଡ୍ଡା କହିଥିଲେ ମିଛ କଥା ବାରମ୍ବାର କହିଲେ ତାହା ସତ ହୋଇଯିବ ନାହିଁ। ରାହୁଲ ବାରମ୍ବାର ନିଜ ମିଥ୍ୟା ତଥ୍ୟକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି। ରାହୁଲଙ୍କ ବ୍ୟତୀତ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏମାନେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ନଡ୍ଡା ରାହୁଲ, କେଜ୍ରିୱାଲ, ଅଖିଳେଶ ଓ ମମତାଙ୍କୁ ସମାଲୋଚନା କରି କହିଥିଲେ ଏମାନେ ଦେଶର ବିକାଶକୁ ରୋକିବାକୁ ପ୍ରତିଦିନ ନୂଆନୂଆ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ଏଥିସହ ଏଭଳି ବ୍ୟକ୍ତି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ଅଯଥାରେ ବିବାଦ ସୃଷ୍ଟି କରିବା ବିରୋଧୀ ଦଳ ନେତାଙ୍କ ଅଭ୍ୟାସରେ ପରିଣତ ହୋଇ ଗଲାଣି। ଜାତୀୟ ସୁରକ୍ଷା, ଜନସାଧାରଣଙ୍କ ଉନ୍ନତି, ଦେଶର ସମ୍ମାନକୁ ଏମାନେ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ଏସବୁ ନେତା କେବଳ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି। କ୍ଷମତାକୁ ଫେରି ଜନସେବା ଅପେକ୍ଷା ନିଜସ୍ବ ଫାଇଦା ହାସଲ ଲକ୍ଷ୍ୟରେ ଏମାନେ ରହିଛନ୍ତି। ଏଭଳି ନେତାଙ୍କୁ ଭୋଟର ପୂର୍ବରୁ ଉଚିତ୍‌ ଜବାବ ଦେଇଥିବା ବେଳେ ଆଗାମୀଦିନରେ ମଧ୍ୟ କଡ଼ା ଜବାବ ଦେବେ ବୋଲି ନଡ୍ଡା ଆଶାବ୍ୟକ୍ତ କରିଛନ୍ତି। ଏସ୍‌ଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ତରଫରୁ ସ୍ପଷ୍ଟୀକରଣ ପ୍ରଦାନ ପରେ ମଧ୍ୟ ଏସବୁ ନେତା ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଦେଶବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିରୋଧୀ ଦଳ ନକାରାତ୍ମକ ରାଜନୀତି କରି ଦେଶର ବିକାଶକୁ ପ୍ରତିହତ କରିବାକୁ ପ୍ରୟାସ କରୁଛି। ବିରୋଧୀ ଦଳ ନେତାଙ୍କ ମନୋଭାବ ଦେଶ ପାଇଁ ଅହିତକର ବୋଲି ନଡ୍ଡା କହିଛନ୍ତି। ବିରୋଧୀ ଦଳଗୁଡ଼ିକ ନିକଟରେ ଦେଶର ଉନ୍ନତି ପାଇଁ କୌଣସି ଯୋଜନା ଓ ଦୂରଦୃଷ୍ଟି ନ ଥିବା ବେଳେ ସେମାନେ ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରି ଦେଶବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି।

  • Related Posts

    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading
    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ