ଏଥର ଅଜଣା ନମ୍ବରରୁ ଫୋନ ଆସିବା ମାତ୍ରେ କଲରଙ୍କ ନାମ ଦେଖାଇବ

ନୂଆଦିଲ୍ଲୀ : ଏଥର କିଏ କଲ୍ କରୁଛି ତାହା ଜାଣି ହେବ। ଅଜଣା ନମ୍ବରରୁ ଫୋନ ଆସିବା ମାତ୍ରେ କଲର (କଲ କରୁଥିବା ବ୍ୟକ୍ତି)ଙ୍କ ନାମ ଦେଖାଇବ। ଯାହା ନାମରେ ସିମ ଥିବ ତାଙ୍କ ନାମ ମୋବାଇଲ ସ୍କ୍ରିନରେ ଆସିଯିବ। ଆସନ୍ତା ୧ ତାରିଖରୁ ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି। ଦୂର ସଞ୍ଚାର ବିଭାଗ ଏ ନେଇ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦେଶ ଦେଇଛି। ସବୁ ୪ଜି ଓ ୫ଜି ମୋବାଇଲରେ ‘କଲିଂ ନେମ୍ ପ୍ରେଜେଣ୍ଟେସନ (ସିଏନଏପି)’ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ବାରା ଜାଲ କଲ୍ ଚିହ୍ନଟ କରିବାରେ ସହାୟକ ହେବ। ଏଥିପାଇଁ ବ୍ୟବହାରକାରୀଙ୍କୁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ଦ୍ବାରା ଠକେଇରୁ ସୁରକ୍ଷା ମିଳିବ। ଅନ୍ତର୍ଜାତୀୟ କଲ୍ ଆସିଲେ ଫୋନର ସ୍କ୍ରିନରେ ଅନ୍ତର୍ଜାତୀୟ କଲ୍ ଲେଖାଯିବ। ବ୍ୟାବସାୟିକ କଲରେ ଜିଏସଟି ଓ ଟ୍ରେଡମାର୍କ ଯାଞ୍ଚ ପରେ ବ୍ରାଣ୍ଡ ନାମ ଆସିବ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି