ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ: ‘ହେରିଟେଜ୍ ପ୍ରପର୍ଟି’ର ହେବ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ବବହନ କରୁଥିବା ସମ୍ପତ୍ତିଗୁଡ଼ିକୁ ପର୍ୟ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ପର୍ୟ୍ୟଟନ ସଂଶୋଧନ ନୀତି-୨୦୨୬ ଅଧୀନରେ ସରକାର ‘ହେରିଟେଜ୍ ପ୍ରପର୍ଟି ପ୍ରମୋସନ୍ ଗାଇଡ୍ ଲାଇନ୍ସ-୨୦୨୬’ ଜାରି କରିଛନ୍ତି ।
ନୂଆ ନୀତି ଅନୁଯାୟୀ, ୧୯୫୦ ମସିହା ପୂର୍ବରୁ ନିର୍ମିତ ଓ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନଗୁଡ଼ିକୁ ‘ହେରିଟେଜ୍ ପ୍ରପର୍ଟି’ ଭାବେ ବିବେଚନା କରାଯିବ । ଏହି ଶ୍ରେଣୀରେ ହେରିଟେଜ୍ ହୋଟେଲ, ହେରିଟେଜ୍ ମ୍ୟୁଜିୟମ, ହେରିଟେଜ୍ ରେଷ୍ଟୁରାଣ୍ଟ/କାଫେଟେରିଆ ଓ ହେରିଟେଜ୍ ବ୍ୟାଙ୍କ୍ୱେଟକୁ ସାମିଲ କରାଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ହେରିଟେଜ୍ ହୋଟେଲ ପାଇଁ ସର୍ବନିମ୍ନ ୫ଟି ରହଣୀୟ କକ୍ଷ, ରେଷ୍ଟୁରାଣ୍ଟରେ ଏକକାଳୀନ ୩୦ ଜଣଙ୍କ ବସିବା ସୁବିଧା ଏବଂ ବ୍ୟାଙ୍କ୍ୱେଟ୍ ପାଇଁ ଅତିକମରେ ୨୦ ଜଣଙ୍କ କ୍ଷମତା ସହ ୫୦୦ ବର୍ଗଫୁଟ୍ ର ନିର୍ମିତ କ୍ଷେତ୍ର ଥିବା ଅନିବାର୍ୟ୍ୟ।

ଗାଇଡଲାଇନ୍ ଅନୁଯାୟୀ, ଇଚ୍ଛୁକ ହେରିଟେଜ୍ ପ୍ରପର୍ଟି ମାଲିକଙ୍କୁ ସଂପୃକ୍ତ ଭବନ ୧୯୫୦ ପୂର୍ବରୁ ନିର୍ମିତ ବୋଲି ରାଜସ୍ୱ ରେକର୍ଡ, ଐତିହାସିକ ଦଲିଲ, ଜିଲ୍ଲା ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହାସହ ଅଗ୍ନି ସୁରକ୍ଷା ଅନୁପାଳନ ସହ ବିଦ୍ୟୁତ, ପାଣି ଓ ସ୍ୱଚ୍ଛତା ସୁବିଧା ଉପଲବ୍ଧ ଥିବା ଆବଶ୍ୟକ। ଭବନଗୁଡ଼ିକର ମରାମତି, ନବୀକରଣ ଓ ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ‘କ୍ୟାପିଟାଲ୍ ଇନଭେଷ୍ଟମେଣ୍ଟ ସବ୍ ସିଡି’ ପ୍ରଦାନ କରାଯିବ। ପର୍ୟ୍ୟଟନ ବିଭାଗ ଅନୁମୋଦିତ ସଂରକ୍ଷଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକଳ୍ପର ପୂର୍ବ ମୂଲ୍ୟାଙ୍କନ କରାଯିବା ସହ ଜିଓ-ଟ୍ୟାଗ୍ ଫଟୋ ଓ ଭିଡିଓଗ୍ରାଫି ଆଧାରରେ ସବସିଡି ମଞ୍ଜୁର ହେବ। ଏହି ସମସ୍ତ କାର୍ୟ୍ୟ ମୂଳ ସ୍ଥାପତ୍ୟ ଶୈଳୀ ଓ ଚରିତ୍ରକୁ ଅକ୍ଷୁଣ୍ଣ ରଖି କରିବାକୁ ପଡ଼ିବ।।

  • Related Posts

    ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

    ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…

    Continue reading
    ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

    ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍‌ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍‌ ଓ ବଣେଇ ଛକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ