ଓଡ଼ିଶାରେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ଵର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ସ୍ୱଦେଶ ସିଂହ । ଶନିବାର ସକାଳେ ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ବିମାନବନ୍ଦରରେ ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଓଡ଼ିଶାର ଦାୟିତ୍ୱ ଦ୍ୱିତୀୟ ଥର ପାଇବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଦଳକୁ ଆଗକୁ ବଢ଼ାଯିବ । ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାମାନେ ପୂର୍ବରୁ ପ୍ରସ୍ତୁତ ଅଛନ୍ତି ଏବଂ ସେମାନଙ୍କ ନିଷ୍ଠାପର ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦ ବଳରେ ବିଜେପି ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବ । ଏହି ଗସ୍ତ କାଳରେ ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ସଭାପତି, ୩୭ଟି ସାଂଗଠନିକ ଜିଲ୍ଲାର ପ୍ରଭାରୀ, ସାଧାରଣ ସମ୍ପାଦକ ଓ ଉପ-ସଭାପତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଏହାସହ ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରି ସାଂଗଠନିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି । ତାଙ୍କର ଅଭିଜ୍ଞତା ଓ ଜ୍ଞାନ ଆଧାରରେ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ପରିଚୟ ରହିଛି । ନିର୍ବାଚନ ପୂର୍ବରୁ ଯେଉଁ ରଣନୀତି ପ୍ରସ୍ତୁତ ହେଉଥିଲା, ସେଥିରେ ମଧ୍ୟ ସେ ସକ୍ରିୟ ଭାବେ ଜଡ଼ିତ ଥିଲେ । ତେଣୁ ଓଡ଼ିଶାରେ ତାଙ୍କୁ ସଂଗଠନ ବୁଝିବା ପାଇଁ ଅଧିକ ସମୟ ଲାଗିବ ନାହିଁ । ଆମର ଯେଉଁ ଟିମ୍ ଅଛି, ସେହି ସମସ୍ତ ଟିମ୍କୁ ସାଙ୍ଗରେ ନେଇ ସେ କାମ କରିବେ । ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢ଼ିବା ହେଉଛି ମୁଖ୍ୟ ଲକ୍ଷ୍ୟ, ସମସ୍ତଙ୍କୁ ଏକାଠି ନେଇ କାମ କଲେ ହିଁ ସଂଗଠନ ଆହୁରି ମଜବୁତ ହେବ । ସେ ଦାୟିତ୍ୱ ନେବା ପରେ ସମସ୍ତଙ୍କ ସହ ପରିଚୟାତ୍ମକ ବୈଠକ, ଚର୍ଚ୍ଚା ଓ ଆଲୋଚନା ହେବ । ମହିଳା ନେତୃତ୍ୱ ଓ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ନେତୃତ୍ୱ ଆଗକୁ ବଢ଼ିବାକୁ ଚାହୁଁଛି । ଯୁବକମାନେ ହେଉଛନ୍ତି ଆମ ସଂଗଠନର ଭବିଷ୍ୟତ । ସେମାନଙ୍କୁ ଅଗ୍ରଭାଗରେ ରଖି, ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ