ଓଡିଶାରେ ନିବେଶ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ: ମୋହନ ମାଝୀ

ଭୁବନେଶ୍ୱର: ବର୍ତ୍ତମାନ ହିଁ ଉପଯୁକ୍ତ ସମୟ । ଓଡ଼ିଶାରେ ପୁଞ୍ଜିନିବେଶ କରନ୍ତୁ । ସମୃଦ୍ଧ ଓ ବିକଶିତ ଓଡିଶା ଗଠନରେ ଭାଗିଦାରୀ ହୁଅନ୍ତୁ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ଷ୍ଟିଲ-୨୦୨୫ ସମ୍ମିଳନୀରେ ଯୋଗଦେଇ ଜାତୀୟ ଓ ଅନ୍ତର୍ଜାତୀୟ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନକୂଳ ବାତାବରଣ ସହ ପର୍ୟ୍ୟାପ୍ତ କଞ୍ଚାମାଲ, ଦକ୍ଷ ମାନବ ସମ୍ବଳ ଓ ବଳିଷ୍ଠ ଯୋଗାଯୋଗ ଭିତ୍ତିଭୂମି ସମ୍ପର୍କରେ ଅବଗତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଭାରତ ବିଶ୍ଵର ଚତୁର୍ଥ ବୃହତ ଲୁହାପଥର ଉତ୍ପାଦନକାରୀ ଦେଶ । ଓଡ଼ିଶା ଦେଶରେ ସର୍ବାଧିକ ଲୁହାପଥର ଉତ୍ପାଦନକାରୀ ରାଜ୍ୟ । ଦେଶର ଲୁହାପଥର ଆବଶ୍ୟକତାର ୫୫ ପ୍ରତିଶତ ଯୋଗାଉଛି ଓଡ଼ିଶା । ଭାରତରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଓଡିଶା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଖଣିଜ ସମ୍ପଦ ଭରା କେନ୍ଦୁଝର ରାଜ୍ୟର ୫୦ ପ୍ରତିଶତ କଞ୍ଚାମାଲ ଉତ୍ପାଦନ କରୁଛି । ତେଣୁ ରାଜ୍ୟରେ ଇସ୍ପାତ ଓ ଇସ୍ପାତ ସହ ଜଡ଼ିତ ଶିଳ୍ପ ପାଇଁ ବ୍ୟାପକ ସମ୍ଭାବନା ରହିଛି ।”ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶିଳ୍ପାୟନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି । ଯାହା ଗତ ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ପ୍ରମାଣିତ ହୋଇସାରିଛି । ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ କଞ୍ଚାମାଲ, ଜମି, ସଡକ ଓ ରେଳ ଯୋଗାଯୋଗ ସହ ବିଦ୍ୟୁତ ଓ ପାଣି ଯୋଗାଇବା ସୁନିଶ୍ଚିତ କରିଛନ୍ତି ସରକାର । ଗତ ୧୦ ମାସ ମଧ୍ୟରେ ରାଜ୍ୟର ୪୪ଟି ବୃହତ ଖଣିକୁ ରାଜ୍ୟ ସରକାର ଅକ୍ସନ କରିଛନ୍ତି । ଖୁବଶୀଘ୍ର ଆଉ ୮ଟି ବୃହତ ଖଣିର ଅକ୍ସନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସବୁ ଖଣି କାର୍ୟ୍ୟକ୍ଷମ ହେଲେ ୩୨୩ ନିୟୁତ ଟନ କଞ୍ଚାମାଲ ଉତ୍ପାଦନ ହେବ । ମାର୍ଚ୍ଚ ୨୦୨୬ ସୁଦ୍ଧା ଆଉ ୨୨ଟି ଖଣିର ନିଲାମ କରାଯିବ ।”

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ