ପ୍ୟାରିସ,୨୦/୦୩/୨୦୨୬:ଭାରତ ୧୭ ବର୍ଷୀୟା ଉଦୀୟମାନ ବ୍ୟାଡମିଣ୍ଟନ୍ ତାରକା ତନ୍ବୀ ଶର୍ମା ୨୫୦,୦୦୦ ଡଲାର ପୁରସ୍କାର ବିଶିଷ୍ଟ ଓର୍ଲିନ୍ସ ମାଷ୍ଟର୍ସ ସୁପର ୩୦୦ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍କୁ ପ୍ରବେଶ କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ବିଶ୍ବ କନିଷ୍ଠ ପ୍ରତିଯୋଗିତା ବିଜୟିନୀ ତନ୍ବୀ ସିଧାସଳଖ ୨୧-୧୪, ୨୧-୧୪ରେ ନିଜଠୁ ଉଚ୍ଚମାନ୍ୟତା ଜାପାନ୍ ଖେଳାଳି ନାତ୍ସୁକି ନିଦାଇରା (ଷଷ୍ଠ)ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରି ସେମିଫାଇନାଲ୍ରେ ସ୍ଥାନ ନିଶ୍ଚିତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ଅଣମାନ୍ୟତାପ୍ରାପ୍ତ ତନ୍ବୀ ମାତ୍ର ୪୩ ମିନିଟ୍ ନେଇଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ପୂର୍ବତନ ବିଶ୍ବବିଜୟିନୀ ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ। ଓକୁହାରା କ୍ବାର୍ଟରଫାଇନାଲ୍ରେ ଭିଏତ୍ନାମର ଥ୍ୟୁ ଲିନ୍ଙ୍କୁ ୨୧-୧୮, ୨୧-୮ରେ ପରାସ୍ତ କରିଥିଲେ।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








