ଓୟୁଏଟି କୃଷକ ମେଳା ୨୦୨୬: ଆଜିର ସମୟରେ ଚାଷୀ କେବଳ ଚାଷୀ ନୁହେଁ, ଜଣେ କୃଷି ଉଦ୍ୟୋଗୀ – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୦୩/୨୦୨୬:ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୃଷି ଶିକ୍ଷା ସଦନରେ ଆଜି “ଓୟୁଏଟି କୃଷକ ମେଳା – ୨୦୨୬” ଅନୁଷ୍ଠିତ ହୋଇଛି । “ମହିଳା କୃଷି ଉଦ୍ୟୋଗୀ ଓ ବିକଶିତ କୃଷି” ଶୀର୍ଷକ ଏହି ମେଳାର ଉଦଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଏବଂ ଓୟୁଏଟିର ପ୍ରୋ-ଚାନ୍ସେଲର ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ଚାଷୀ କେବଳ ଚାଷୀ ନୁହେଁ, ଜଣେ ଜଣେ କୃଷି ଉଦ୍ୟୋଗୀ। କୃଷିର ରୂପାନ୍ତର ହୋଇ ସ୍ମାର୍ଟ କୃଷି ହୋଇଛି ଏବଂ ଏକକ କୃଷକରୁ କୃଷି ଉଦ୍ୟୋଗରେ ପରିଣତ ହୋଇପାରିଛି। ଆମ ରାଜ୍ୟ ଉତ୍ପାଦନରେ ଜାତୀୟ ହାର ଠାରୁ ମଧ୍ୟ ଆଗୁଆ ରହିଛି। ଏଥିପାଇଁ ଅନ୍ନଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା କରାଯାଇଛି। ବିଶେଷ କରି ମହିଳା ଚାଷୀ ମାନେ ମିଶ୍ରିତ ଚାଷକୁ ଆପଣେଇ ଲାଭାନ୍ୱିତ ହୁଅନ୍ତୁ ଏବଂ ବିକଶିତ ଓଡ଼ିଶା ଗଠନରେ ଅଗ୍ରଗଣ୍ୟ ହୁଅନ୍ତୁ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ କହିଥିଲେ ଯେ, ବିକଶିତ କୃଷି ହେଉଛି ବିକଶିତ ଭାରତର ଆଧାରଶିଳା। ଏଥିରେ ୫୦ ପ୍ରତିଶତ ଭାଗିଦାରୀ ମହିଳାଙ୍କର ରହିଛି। ଓୟୁଏଟି କୁଳପତି ଡ଼ଃ ପ୍ରଭାତ ରାଉଳ ଓୟୁଏଟିର କାର୍ଯ୍ୟପ୍ରଣାଳୀ ସଫଳତା ଉପରେ ଆଲୋକପାତ କରିଥିଲେ। ଡିନ୍ ଏକ୍ସଟେନସନ୍ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ପ୍ରଫେସର ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ମେଳା ଅବସରରେ କୃଷି କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଓ କୃଷି ଉଦ୍ୟୋଗ ସ୍ଥାପନା କରିଥିବା ମହିଳା କୃଷକମାନଙ୍କୁ ସମ୍ମାନିତ କରାଯାଇଛି ଏବଂ ସୁରକ୍ଷା କିଟ୍ ପ୍ରଦାନ କରାଯାଇଛି । ସେହିପରି ଓୟୁଏଟିର ବିଭିନ୍ନ AICRP ପ୍ରକଳ୍ପମାନଙ୍କୁ ନାନା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କୃତିତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ କୃଷକହିତକାରୀ ତିନୋଟି ପୁସ୍ତକ ‘ଚାଷୀର ସଂସାର’, ‘compendium on agricultural technologies’, ‘Cost of cultivation of important crops’ ଏହି ଅବସରରେ ଅତିଥିଙ୍କ କରକମଳରେ ଉନ୍ମୋଚନ କରାଯାଇଛି । ଏହି ମେଳାରେ ୧୫ରୁ ଅଧିକ କୃଷି ସମ୍ପର୍କିତ ଷ୍ଟଲ ରହିଥିବା ବେଳେ, ଚାଷୀମାନେ ନବୀନ କୃଷି ପ୍ରଯୁକ୍ତି, ଉଦ୍ଭାବନ ଓ ବିଭିନ୍ନ କୃଷି ସେବା ସମ୍ପର୍କରେ ଜାଣିପାରିବେ। ରାଜ୍ୟର ବିଭିନ୍ନ କୃଷି ମହାବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି କୃଷକ ମେଳା କୃଷି ଉଦ୍ୟମୀତାକୁ ପ୍ରୋତ୍ସାହନ ଦେବା ସହିତ ମହିଳା କୃଷକମାନଙ୍କ ସଶକ୍ତିକରଣ ଓ ବିକଶିତ କୃଷି ପ୍ରଚାରରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି।

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ