କଂଗ୍ରେସ ଶାସିତ କର୍ଣ୍ଣାଟକାରେ ବିଜେପିର ଦବଦବା

କଂଗ୍ରେସ ଶାସିତ କର୍ଣ୍ଣାଟକାରେ ବିଜେପିର ଦବଦବା। କର୍ଣ୍ଣାଟକା ବିଧାନ ପରିଷଦ ନିର୍ବାଚନରେ ଶାସକ କଂଗ୍ରେସକୁ ଜଳକା କରିଛି ବିଜେପି। କର୍ଣ୍ଣାଟକାର ୪ଟି ଯାକ ବିଧାନ ପରିଷଦ ଆସନରେ ବିଜୟ ବାନା ଉଡ଼ାଇଛନ୍ତି ବିଜେପି ଓ ସହଯୋଗୀ ଜେଡିଏସ୍‌। କଂଗ୍ରେସ କ୍ଷମତାରେ ଥାଇ ମଧ୍ୟ ଗୋଟିଏ ହେଲେ ବିଧାନ ପରିଷଦ ଆସନ ଜିତି ପାରି ନଥିବାରୁ ବିଜେପି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କରିଛି କଟାକ୍ଷ।

କର୍ଣ୍ଣେଟକା ବିଜେପି ପକ୍ଷରୁ ଏକ୍ସରେ ଶିବକୁମାରଙ୍କ ଗୋଟିଏ ଫଟୋ ପୋଷ୍ଟ କରାଯାଇଛି। ଏଥିରେ ଶିବକୁମାର ମୁହଁ ତଳକୁ କରି ବସିଛନ୍ତି। ତାଙ୍କ ମୁଣ୍ଡରେ ଗେଣ୍ଡୁ ଫୁଲ ଲାଗିଛି। ଏହି ଫଟୋ ଜାରି କରି ବିଜେପି ଲେଖିଛି ଯେ “ଡିକେ, ଇଟସ୍‌ ଡନ୍‌ ବ୍ରୋ! ଏନଡିଏ ବିଧାନ ପରିଷଦ ନିର୍ବାଚନରେ ସମସ୍ତ ୪ଟି ଯାକ ଟିଚର୍ସ ଓ ଗ୍ରାଜ୍ୟୁଏଟ୍ସ ସିଟ୍‌ କ୍ଲିନ ସୁପଇ କରିଛି।”

ବିଜେପି ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋଟି ୨୦୨୩ର। ଶିବକୁମାର ସେତେବେଳେ ବିଧାନ ସୌଧରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉପସ୍ଥାପନ କରିଥିବା ବଜେଟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ବିଜେପି ସେହି ଫଟୋକୁ ବ୍ୟବହାର କରି ଡିକେଙ୍କ ପରାଜୟକୁ କଟାକ୍ଷ କରିଛି।

ବେଙ୍ଗାଲୁରୁ ଟିଚର୍ସ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାଖରେ ରହିଥିଲା। କିନ୍ତୁ ଏଥର ଏହାକୁ ଜେଡିଏସ୍‌ ଛଡ଼ାଇ ନେଇଛି। ବିଜେପି ପୂର୍ବଭଳି ଉତ୍ତର-ପୂର୍ବ ଟିଚର୍ସ, ଦକ୍ଷିଣ-ପୂର୍ବ ଗ୍ରାଜ୍ୟୁଏଟ୍ସ ଓ ପଶ୍ଚିମ ଗ୍ରାଜ୍ୟୁଏଟ୍ସ ଆସନ ନିଜ ପାଖରେ ରଖି ପାରିଛି।

ବେଙ୍ଗାଲୁରୁରେ ଜେଡିଏସ୍‌ ପ୍ରାର୍ଥୀ ଏପି ରଙ୍ଗନାଥଙ୍କୁ ବିଜେପି ସମର୍ଥନ କରିଥିଲା। ଦୁଇ ଦଳର ମିଳିତ ପ୍ରାର୍ଥୀ ରଙ୍ଗନାଥ କଂଗ୍ରେସର ଏମଏଲସି ପୁଥାନ୍ନାଙ୍କୁ ୯୦୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।
ଉତ୍ତର-ପୂର୍ବ ଟିଚର୍ସ ସିଟ୍‌ରେ ବିଜେପିର ଏମଏଲସି ଶଶିଲ ଜି ନାମୋଶି କଂଗ୍ରେସର ଶାରାନାପ୍ପା ମୁଟ୍ଟୁରଙ୍କୁ ହରାଇଥିଛନ୍ତି। ନାମୋଶି ୫ମ ଥର ପାଇଁ ଏଠାରୁ ବିଜୟୀ ହୋଇଛନ୍ତି। ଏହି ସ୍ଥାନଟି କାଳବୁର୍ଗି ମଧ୍ୟରେ ଆସୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଏହା ଗଡ଼ ଭାବେ ପରିଚିତ। ତଥାପି କଂଗ୍ରେସ ଏଠାରେ ବାରମ୍ବାର ହାରି ଚାଲିଛି।

  • Related Posts

    ୨୦୨୬ ଶେଷ ସୁଦ୍ଧା ବିଶ୍ୱର ପ୍ରଥମ ୨୪ କ୍ୟାରେଟ୍ ସୁନାର ରାସ୍ତା

    ୨୦୨୬ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ୨୪ କ୍ୟାରେଟ୍ ସୁନାର ରାସ୍ତା । ଯଦି ଏହି ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼େ, ତେବେ ଏହା ବିଶ୍ୱର ଆଉ ଏକ ଆକର୍ଷଣୀୟ ପର୍ୟ୍ୟଟନସ୍ଥଳୀ ପାଲଟିପାରେ। ଦୁବାଇର ଡେଇରା ଅଞ୍ଚଳରେ…

    Continue reading
    କୋଟିଆରେ ନଭେମ୍ବର ୫ରେ ନିର୍ବାଚନ ପାଇଁ ଆନ୍ଧ୍ରର ନିଷ୍ପତ୍ତି

    ଭୁବନେଶ୍ୱର:କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇ ନଥିବାବେଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ କୋଟିଆ ପଞ୍ଚାୟତର ପ୍ରାୟ ୨୧ଟି ଗାଁରେ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଆସନଗୁଡ଼ିକ ପାଇଁ ଆନ୍ଧ୍ରପ୍ରଦେଶର ଭୋଟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା