କଟକ: ୨୦୨୬ ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମ ପ୍ରକ୍ରିୟା। ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଏହି ନିଲାମ ଚାଲିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ୭ଟି ଟିମ୍ ଗଠନ କରିଛି ଜିଲ୍ଲା ପ୍ରଶାସନ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ନିଲାମ ଚାଲିବ। ଚଳିତ ବର୍ଷ ପ୍ରାୟ ୩୦୦ରୁ ୪୦୦ଟି ପ୍ଲଟ୍ ନିଲାମ ହେବ।
ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଗିରଫ
ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ…




