
ଦେବଗଡ଼:ବାରକୋଟ ବ୍ଲକର କଲା ଗ୍ରାମରେ ଆଜି କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗ୍ରାମର ବହୁ ଲୋକଙ୍କ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ଘରର ଛପର ମଧ୍ୟ ଉଡାଇ ନେଇଛି। ଏହାସହିତ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ସ୍ବଭାବିକ ହୋଇନାହିଁ । ପ୍ରବଳ ପବନ ଯୋଗୁଁ ରାସ୍ତାରେ ଗଛ ଭାଙ୍ଗିଯିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିଲେ। ତେବେ କ୍ଷତିଗ୍ରସ୍ତ ଲୋକଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।


