କୋଟିଆରେ ହାଇ ଆଲର୍ଟ, ୨୧ ଗାଁରେ ୧୬୩ ଧାରା ଲାଗୁ

କୋଟିଆରେ ହାଇ ଆଲର୍ଟ, ଗାଁ ଗାଁରେ ପ୍ରଶାସନର ପ୍ରସ୍ତୁତି। କୋଟିଆ ସୀମାନ୍ତରେ ଉତ୍ତେଜନା ପରେ ସମ୍ବେଦନଶୀଳ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। ୨୧ ଗ୍ରାମରେ ଲାଗିଛି ୧୬୩ ଧାରା। ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଆସନ୍ତାକାଲି ଆନ୍ଧ୍ରର ଏମ୍ ପିଟିସି ଓ ଜେଡ୍ ପିଟିସି ନିର୍ବାଚନ ପୂର୍ବରୁ ସୀମାନ୍ତରେ ଦେଖାଦେଇଛି ଉତ୍ତେଜନା। କାଲି ଆନ୍ଧ୍ର-ଓଡ଼ିଶା ପୋଲିସ ପ୍ରଶାସନ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ।

ନେରେଡ଼ିବାଲସାରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୁଲିସ କରିଥିବା ବ୍ୟାରିକେଡ୍ କୁ ଆନ୍ଧ୍ର ପୁଲିସ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗତକାଲି ଚାଉଳ ବୋଝେଇ ଟ୍ରକ୍ କୁ ଅଟକାଇବା ପରେ ଏଭଳି ଉତ୍ତେଜନା ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପଟେ ଉପରସେମ୍ବି ଗାଁରେ ସୋଲାର ଉପକରଣ ବାଣ୍ଟିବାକୁ ଆସିଥିବା ଆନ୍ଧ୍ର ପ୍ରତିନିଧିଙ୍କ ଉଦ୍ୟମକୁ ମଧ୍ୟ ଓଡ଼ିଶା ପ୍ରଶାସନ ଓ ପୁଲିସ ପଣ୍ଡ କରିଛି।

ସୀମାନ୍ତରେ ଶାନ୍ତି ଓ ଆଇନଶୃଙ୍ଖଳା ପାଇଁ ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ଆବଶ୍ୟକ ପଡ଼ିଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବ। ନିର୍ବାଚନ ପୂର୍ବରୁ ସୀମାନ୍ତରେ ବଢ଼ୁଥିବା ଏହି ଉତ୍ତେଜନା ଆଗକୁ କେଉଁ ମୋଡ଼ ନେବ, ତାହା ଏବେ ବଡ଼ ପ୍ରଶ୍ନ।

  • Related Posts

    ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ

    ଭବାନୀପାଟଣା: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା (୮୮)ଙ୍କ ଗତ ରାତିରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୭୭ ଓ ୧୯୮୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ବଲ୍ଲଭ…

    Continue reading
    ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ

    ଭୁବନେଶ୍ୱର: ଆସନ୍ତା ବର୍ଷ ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ । ମେ ମାସରେ ପୌର ନିର୍ବାଚନ ପାଇଁ ଲକ୍ଷ୍ୟ ଅଛି । ଆସନ୍ତା ଜାନୁୟାରୀ ୧ ତାରିଖରେ ଚିଠା ଭୋଟର ତାଲିକା ବାହାରିବ । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି