କ୍ୟାବିନେଟ:୨୦୪୭ ସୁଦ୍ଧା ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନିରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ ଟି ବିଭାଗର ୧୨ ଟି ପ୍ରସ୍ତାବକୁ ପୂର୍ବକ ଅନୁମୋଦନ ମିଳିଛି । ଉଚ୍ଚଶିକ୍ଷା ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୨ଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ନିର୍ମାଣ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭାଗର ଗୋଟିଏ ଅନୁମୋଦନ ହୋଇଛି । ଅନୁମୋଦିତ ପ୍ରସ୍ତାବ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଖାରିପାଣି ଅଞ୍ଚଳରେ ଧଳା ଗୋଡ଼ ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ଖାରିପାଣି ଉପଯୁକ୍ତ ପ୍ରଜାତିର ମାଛ ଓ ଚିଙ୍ଗୁଡ଼ି ଚାଷର ନିୟମନ ଓ ପ୍ରୋତ୍ସାହନ ପାଇଁ ନିୟମନ ଢାଞ୍ଚା ଏବଂ ନିର୍ଦ୍ଦେଶିକା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ସାଧାରଣ ଉଚ୍ଚ ଜୁଆର ରେଖା ୭ କି.ମି.ରୁ ୨୦ କି.ମି. ପର୍ଯ୍ୟନ୍ତ ଅଞ୍ଚଳରେ ଧଳା ଗୋଡ଼ ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ଖାରିପାଣି ପ୍ରଜାତିର ମାଛ ଓ ଚିଙ୍ଗୁଡ଼ି ଚାଷର ନିୟମନ ଓ ପ୍ରୋତ୍ସାହନ ପାଇଁ ସମ୍ପୂର୍ଣ୍ଣ ସମନ୍ୱିତ ନିୟମନ ଢାଞ୍ଚା ଏବଂ କାର୍ଯ୍ୟପ୍ରଣାଳୀ ନିର୍ଦ୍ଦେଶିକାକୁ କ୍ୟାବିନେଟ ଅନୁମୋଦନ କରିଛି । ଅନୁମୋଦିତ ନିୟମନ ଢାଞ୍ଚା ରାଜ୍ୟର ଉପକୂଳୀୟ ଖାରିପାଣି ଅଞ୍ଚଳଗୁଡ଼ିକରେ ବୈଜ୍ଞାନିକ, ପରିବେଶ ଅନୁକୂଳ ଏବଂ ନିୟମିତ ମାଛ ଚାଷ ବିକାଶ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା କରିବ। ଏଥିରେ ଥିବା ବାୟୋସିକ୍ୟୁରିଟି ବ୍ୟବସ୍ଥା, ରୋଗ ନିୟନ୍ତ୍ରଣ, ଜଳ ଗୁଣବତ୍ତା ଅନୁଧ୍ୟାନ ଏବଂ ବର୍ଜ୍ୟଜଳ ଶୋଧନ ପ୍ରଣାଳୀ ସ୍ଥାପନା ପାଇଁ ବ୍ୟବସ୍ଥା ରହିଛି । ଏହା ସହିତ ଜୈବସୁରକ୍ଷା ରକ୍ଷା ସହିତ ଏବଂ ପରିବେଶ ସୁରକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଛି ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ୱାରା ଅନଲାଇନ ପ୍ରଣାଳୀ ମାଧ୍ୟମରେ ଆବେଦନର ପ୍ରକ୍ରିୟାକୁ ସରଳ କରାଯିବ । ଏହି ନିୟମନ ଢାଞ୍ଚା ସ୍ଥାପନା ଦ୍ୱାରା ଉପକୂଳ ଅଞ୍ଚଳର ଆର୍ଥିକ ଚିଙ୍ଗୁଡ଼ି ଚାଷୀ, ଆଧୁନିକ ଚିଙ୍ଗୁଡ଼ି ଚାଷ ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା ଚିଙ୍ଗୁଡ଼ି ଚାଷର ଯଥା ସମ୍ଭାବନା, ଉତ୍ପାଦନକ୍ଷମତା ବୃଦ୍ଧି, ରୋଗ ସୁରକ୍ଷା ସୁଦୃଢ଼କରଣ ଏବଂ ଚିଙ୍ଗୁଡ଼ି ଚାଷକୁ ବାଣିଜ୍ୟିକ ଉନ୍ନତିରେ ସହାୟକ ହେବ ।

ଏହି ପଦକ୍ଷେପ ରାଜ୍ୟର ଉପକୂଳ ମିଶନର କାର୍ଯ୍ୟକାରିତା ବୃଦ୍ଧି ଏବଂ ଓଡ଼ିଶା ଭିଜନ–୨୦୩୬ ଓ ଭିଜନ–୨୦୪୭ ନୀଳ ଅର୍ଥନୀତି ଲକ୍ଷ୍ୟ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ । ଏହା ମାଧ୍ୟମରେ ୨୦୩୬ ସୁଦ୍ଧା ଚିଙ୍ଗୁଡ଼ି ଚାଷ ଅଞ୍ଚଳରେ ଅତିରିକ୍ତ ୧୪,୦୦୦ ହେକ୍ଟର ବୃଦ୍ଧି, ବାର୍ଷିକ ଖାରିପାଣି ଚିଙ୍ଗୁଡ଼ି ଉତ୍ପାଦନକୁ ୨.୧ ଲକ୍ଷ ମେଟ୍ରିକ ଟନରୁ ୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି, ବାର୍ଷିକ ସାମୁଦ୍ରିକ ଖାଦ୍ୟ ରପ୍ତାନି ମୂଲ୍ୟକୁ ପ୍ରାୟ ୨୪,୪୭୫ କୋଟିରୁ ୪୮,୦୦୦ କୋଟିକୁ ବୃଦ୍ଧି ଏବଂ ପ୍ରାୟ ୧.୪ ଲକ୍ଷ ଜୀବିକା ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି । ୨୦୪୭ ସୁଦ୍ଧା ଓଡ଼ିଶା ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ଅଧିକାର କରିବା ସହିତ ଉପକୂଳୀୟ ସମୁଦାୟଙ୍କୁ ସଶକ୍ତ କରିବାରେ ସହାୟକ ହେବ ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ