ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

ସୁନ୍ଦରଗଡ଼,01।09: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ କର୍ମଚାରୀ ଜଙ୍ଗଲରେ ପହଞ୍ଚି ପାଦଚି଼ହ୍ନ ଯାଞ୍ଚ କରିଥିଲେ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ପାଦଚି଼ହ୍ନ କେଉଁ ବାଘର ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ବଣାଇ ଫରେଷ୍ଟ ଡିଭିଜନ୍‌ର ସୋଲ୍ ରେଞ୍ଜ ଅଞ୍ଚଳରେ କିଛିଦିନ ତଳେ ଏକ ମହାବଳ ବାଘ ବୁଲୁଥିବା ଟ୍ରାପ୍ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ସେହି ମହାବଳ ବାଘ ଏପଟେ ପଳାଇ ଆସିଥାଇପାରେ କିମ୍ବା ଏହା ଆଉ କେଉଁ ବାଘର ପାଦଚିହ୍ନ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ପାଦଚିହ୍ନକୁ ନେଇ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି। ବନବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏ ବାବଦରେ ବନବିଭାଗ ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ, ଆମେ ଯାଞ୍ଚ ଜାରି ରଖିଛୁ, ତାହା କଲରାପତରିଆ ନା ମହାବଳ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କହିଛନ୍ତି।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ