ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ ବଦନାମର ସାମ୍ନା କରିବାକୁ ପଡିଥାଏ ତେବେ ଏହି ଆଧାରରେ ଜଣେ ସାମ୍ବାଦିକଙ୍କ ବିରୋଧରେ ଅପରାଧୀକ ମାନହାନି ମକଦ୍ଦମା କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ନିକଟରେ ରାୟ ଶୁଣାଇଛନ୍ତି । ଏଥିସହ ଏକ ମାଲୟାଲମ ଗଣମାଧ୍ୟମ ସଂସ୍ଥା ଓ ଏହାର ସମ୍ପାଦନାମଣ୍ଡଳୀ କର୍ମଚାରୀଙ୍କ ବିରୋଧରେ ଦାୟର ଅପରାଧୀକ ମାନହାନି ମାମଲାକୁ ରଦ୍ଦ କରିଦେଇଛନ୍ତି ।ହାଇକୋର୍ଟର ଜଣକିଆ ବିଚାରପତି ଡକ୍ଟର ସି.ଏସ୍ ଡାୟସ ଏହି ରାୟ ପ୍ରକାଶ କରି କହିଛନ୍ତି ଯେ ସରକାରୀ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟିଂ ଏବଂ ନିଜ ଆଡୁ କରାଯାଇଥିବା ମାନହାନିକାରକ ଦାବି ମଧ୍ୟରେ ସ୍ପଷ୍ଟ ଆଇନଗତ ଅନ୍ତର ରହିଥାଏ । ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୯, ୫୦୧ ଓ ୫୦୨ ଆଧାରରେ କେବଳ ସେହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ଯାହା ଦୁର୍ଭାଗ୍ୟବଶତଃ କିମ୍ବା ଅପରାଧୀକ ଉଦ୍ଦେଶ୍ୟରେ ଭୁଲ ଅଭିଯୋଗ ଅଣାଯାଇଥିବ । ସାର୍ବଜନିକ ରେକର୍ଡ ଆଧାରରେ ସତ୍ୟ ସମାଚାର ପ୍ରକାଶନ କରିବା ଉପରେ ଅପରାଧୀକ ମାନହାନି ଲାଗୁ ହୋଇପାରିବ ନାହିଁ । ଅଭିଯୋଗରେ ଅପରାଧୀକ ମାନହାନି ହେଲା ଭଳି କୌଣସି ତତ୍ତ୍ୱ ନାହିଁ । ପ୍ରକାଶ ପାଇଥିବା ଖବର ପ୍ରାଥମିକ ଭାବେ ଅବକାରୀ ଓ ପୁଲିସ ବିଭାଗର ରେକର୍ଡ ଆଧାରରେ ଛପା ହୋଇଛି । ଯଦି ବି ସରକାରୀ ରେକର୍ଡରୁ ପ୍ରକାଶିତ ଖବର ସାମାନ୍ୟ ଭିନ୍ନ ହୋଇଥିବ ତେବେ ମଧ୍ୟ ସାମ୍ବଦିକ ମାନହାନି କରିବା ଭଳି ଜାଣିଶୁଣି ଖବର ପ୍ରକାଶନ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ । ଏହି ମାମଲା ଏକ ମାଲୟାଲମ ଖବରକାଗଜର ମୁଖ୍ୟ ସମ୍ପାଦକ, ସମ୍ପାଦକ ଓ ସାମ୍ବାଦିକଙ୍କ ଦ୍ୱାରା ଦାଖଲ ପିଟିସନ ସହ ଜଡିତ, ଯେଉଁଥିରେ ସେମାନେ ସେମାନଙ୍କ ବିରୋଧରେ ଚାଲିଥିବା ଅପରାଧୀକ ମାନହାନି ମାମଲାର ଅଦାଲତି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ଲାଗି ଅନୁରୋଧ କରିଥିଲେ ।ମାମଲାର ଶୁଣାଣି ବେଳେ ଜଷ୍ଟିସ ଡାୟସ କହିଥିଲେ ଯେ କୋର୍ଟ ପ୍ରୋସିଡିଂର ସତ୍ୟନିଷ୍ଠାର ସହ କରାଯାଉଥିବା ରିପୋର୍ଟିଂକୁ ଆଇନ ସୁରକ୍ଷା ଦେଉଥିବା ବେଳେ ଅବକାରୀ ବିଭାଗ କିମ୍ବା ଅନ୍ୟ କୌଣସି ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ମାମଲା ଦାୟର କରାଯିବା ଓ ଗରିଫଦାରୀ ସଂକ୍ରାନ୍ତ ଖବର ପ୍ରକାଶନ କରିବା ଉପରେ ସାମ୍ବାଦିକଙ୍କ ବିରୋଧରେ ମକଦ୍ଦମା ଚଳାଇବାର କୌଣସି ଯଥାର୍ଥତା ନାହିଁ । ହାଇକୋର୍ଟ କହିଛନ୍ତି ଖବର ପ୍ରକାଶନ ପରେ ହୋଇଥିବା ବ୍ୟକ୍ତିଗତ ବଦନାମ କିମ୍ବା ଅପମାନ ସେପର୍ଯ୍ୟନ୍ତ ଅପରାଧ ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ କ୍ଷତି ପହଞ୍ଚାଇବାର ସ୍ପଷ୍ଟ ଅପରାଧୀକ ଉଦ୍ଦେଶ୍ୟ ପ୍ରମାଣିତ ନ ହୋଇଛି । ସମଗ୍ର ବିବାଦ ୨୦୨୦ରେ ଘଟିଥିବା ଏକ ଗିରଫଦାରୀ ମାମଲାରୁ ଆରମ୍ଭ ହୋଇଥିଲା । ସେହି ସମୟରେ କେରଳ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କୁ ୩ ଲିଟର ଦେଶୀ ମଦ ସହ ଗିରଫ କରିଥିଲା । ଜବତ ମଦ ସହ ଅଭିଯୁକ୍ତର ଫଟୋ ଖବରକାଗଜରେ ପ୍ରକାଶ ପାଇଥିଲା । କିନ୍ତୁ ଆବେଦନକାରୀ ଦର୍ଶାଇଥିଲେ କି ତାଙ୍କ ପାଖରୁ ୨.୫ ଲିଟର ମଦ ଜବତ ହୋଇଥିଲା । ଉକ୍ତ ଖବରକାଗଜ ଭୁଲରେ ତାକୁ ୩ ଲିଟର ଦର୍ଶାଇଥିଲା । ତାଙ୍କର ଫଟୋ ମଧ୍ୟ ପ୍ରକାଶ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ମାମଲାରୁ ମୁକୁଳି ଯାଇଥିଲେ ।
ଖବରକାଗଜରେ ଭୁଲ ରିପୋର୍ଟ ଓ ତାଙ୍କ ଗିରଫଦାରୀର ଫଟୋ ପ୍ରକାଶ ଯୋଗୁ ସମାଜରେ ତାଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଛି ଓ ତାଙ୍କର ମାନହାନି ଘଟିଛି । ପୁରୁଣା ରାଗ ଶୁଝାଇବା ଲାଗି ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଏହି ଖବର ପ୍ରକାଶ କରାଯାଇଛି ବୋଲି ସେ ଦର୍ଶାଇଥିଲେ । ଅନ୍ୟପକ୍ଷରେ ଖବରକାଗଜ ପକ୍ଷରୁ ଉଲ୍ଲେଖ କରାଯାଇଥିଲା ଯେ ପୁଲିସ ଓ ଅବକାରୀ ବିଭାଗର ଏଫଆଇଆର ତଥା ରିପୋର୍ଟ ଉପରେ ଖବର ପ୍ରକାଶ କରାଯାଇଛି । ତେଣୁ ଏଭଳି ଖବର ପ୍ରକାଶକୁ ମାନହାନିକାରକ ଭାବେ ବିବେଚନା କରାଯାଇ ପାରିବ ନାହିଁ।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: 9 ମୃତ

    କୋଲକତା (ପଶ୍ଚିମବଙ୍ଗ): ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏକ ହୋଟେଲରେ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି । 6 ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଧୂଆଁରେ ଅଣନିଶ୍ବାସୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ