ଗୃହପାଳିତ ପଶୁଙ୍କୁ ମିଳିବ ମାଗଣା ଚିକିତ୍ସା, ୟୁଜର୍ସ ଫି ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଏଣିକି ଗୃହପାଳିତ ପଶୁଙ୍କୁ ମିଳିବ ମାଗଣା ଚିକିତ୍ସା । ମାଗଣାରେ ହେବ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଚିକିତ୍ସା । ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଗୃହପାଳିତ ପଶୁଙ୍କ ଚିକିତ୍ସା ଓ ଟୀକାକରଣ ଉପରୁ ଯୁଜର୍ସ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୧ରୁ ଏହା ଲାଗୁ ହେବ । ଏହାଦ୍ୱାରା ଗୋପାଳନରେ ନିୟୋଜିତ ଚାଷୀମାନେ ଉପକୃତ ହେବ । ଏନେଇ ସୂଚନା ଦେଇଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଏନେଇ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ଗତ ସରକାର ସମୟରେ ପ୍ରାଣୀ ଚିକିତ୍ସା ପାଇଁ ୧ ଟଙ୍କାରୁ ୧୦୦ ଟଙ୍କା ପର୍ୟ୍ୟନ୍ତ ନିଆଯାଉଥିଲା । କିନ୍ତୁ ଏବେ ବିଜେପି ସରକାରରେ ଲୋକମାନେ ଦାବି କରିଥିଲେ ଯେ, ୟୁଜର୍ସ ଫି ଛାଡ କରିବା ପାଇଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ଚିକିତ୍ସା ଟିକାକୁ ସମ୍ପୂର୍ଣ୍ଣ ଭାବେ ମାଗଣା କରାଯାଇଛି । ମାର୍ଚ୍ଚ ୧ରୁ ଏହା ଲାଗୁ ହେବ । ଗ୍ରାମାଞ୍ଚଳକୁ ଯାଉଥିବା ଭ୍ୟାନ ସବୁ ଟୀକାକରଣ ପାଇଁ ଆଉ ପଇସା ନେବେ ନାହିଁ । ପ୍ରାଣୀ ଚାଷୀମାନଙ୍କୁ ସଶକ୍ତ କରିବା ଓ ସ୍ୱାବଲମ୍ବୀ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଦେୟମୁକ୍ତ ସାର୍ବଜନୀନ ପ୍ରାଣୀଚିକିତ୍ସା ଓ ପ୍ରାଣୀସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ । ମୋର ବିଶ୍ୱାସ ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଗୋପାଳକ ତଥା ପ୍ରାଣୀସମ୍ପଦ ବିଭାଗ ପ୍ରତି ଇଚ୍ଛା ରଖୁଥିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ସହାୟକ ହେବ । କୃଷିକ୍ଷେତ୍ର ସଶକ୍ତ କରିବା ଏବଂ ପ୍ରାଣୀ ସମ୍ପଦକୁ ସମୃଦ୍ଧ କରିବା ପାଇଁ ଏହି ସରକାରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।”

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ