ଚରମ ସୀମାରେ ଦିଲ୍ଲୀ ପ୍ରଦୂଷଣ

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ମାନ ସୋମବାର ଆହୁରି ଖରାପ ହୋଇଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। କାରଣ ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ(AQI) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଠାରେ ଆଜି ଏକ୍ୟୁଆଇ ୪୯୩ ରହିଛି। ଚଳିତ ଋତୁରେ ଏହା ସର୍ବାଧିକ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଦିଲ୍ଲୀକୁ ପ୍ରଦୂଷଣ ଏତେ ମାତ୍ରାରେ ଘୋଡ଼ାଇ ରଖିଛି ଯେ ୧୫୦ରୁ ଅଧିକ ମିଟର ରାସ୍ତା ଦୃଶ୍ୟମାନ ହେଉନାହିଁ। ଚାରିଆଡ଼େ କେବଳ ଧୂଆଁମୟ ପରିବେଶ। ନିଃଶ୍ୱାସ ନେବା ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏପରି ସ୍ଥିତି ଯୋଗୁ ସମସ୍ତଙ୍କ ଚିନ୍ତା ବଢ଼ିଛି।
ଆଜି ୩୬ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୩ଟିରେ ଏକ୍ୟୁଆଇ ଅତ୍ୟନ୍ତ ସାଂଘାତିକ ଅର୍ଥାତ ୪୯୯ କିମ୍ବା ୫୦୦ ରହିଛି। ଏହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ ଖରାପ। ଇଣ୍ଡିଆ ଗେଟ, ମୁଣ୍ଡକା, ନଜଫଗଡ଼, ଦ୍ୱାରକା, ସିରି ଫୋର୍ଟ, ପଞ୍ଜାବୀ ବାଗ, ଉତ୍ତର କ୍ୟାମ୍ପସ ଓ ରୋହିନରା ବାୟୁର ଗୁଣବତ୍ତା ସବୁଠାରୁ ଖରାପ ରହିଛି।

ପ୍ରଦୂଷଣକୁ ରୋକିବା ପାଇଁ କଠୋର ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଜିଆରଏପିର ୪ର୍ଥ ସ୍ତରକୁ ଲାଗୁ କରାଯାଇଛି। ଏହା ଲାଗୁ ହୋଇଥିବାରୁ କୌଣସି ଟ୍ରକ୍‌ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ସେହିପରି ନିର୍ମାଣ କାମ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ତଥାପି ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି।

ପ୍ରଦୂଷଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀରେ ଥିବା ସ୍କୁଲ ବନ୍ଦ କରି ଅନଲାଇନରେ କ୍ଲାସ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ଲାଗୁ ହୋଇଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।

ଏକ୍ୟୁଆଇ ୪୫୦ ତଳକୁ ଖସିଲେ ମଧ୍ୟ ନିୟମରେ କୌଣସି ପ୍ରକାରର କୋହଲ ନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts

୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

Continue reading
ଓଲଟିଲା ବସ୍, ୭ ମୃତ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ