ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ ସୁଶ୍ରୀ କଙ୍ଗନା ରନାୱତ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗଣ ଏଵଂ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଏକତ୍ର ବସି ଚଳଚ୍ଚିତ୍ରଟିକୁ ଦେଖିଥିଲେ।
କଙ୍ଗନା ନିଜ ଅଦମ୍ୟ ପରିଶ୍ରମରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ନବାଗତ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ପୁରା ଟିମ୍ ସଦସ୍ୟ, ଓଡ଼ିଶା ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱ, ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ଥାନୀୟ ସିନେପ୍ରେମୀ ଜନସାଧାରଣ ଏହି ସ୍ୱତନ୍ତ୍ର ଉତ୍ସବରେ ସାମିଲ ହୋଇଥିଲେ।

ଏହା ପୂର୍ବରୁ, ଆଜି ‘ବିଶ୍ୱ ପରିବେଶ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ କରିଛନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ