ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା, ସ୍କୁଲ ଆଗରେ ଶବ ରଖି ପ୍ରତିବାଦ

ରାୟଗଡ଼ା : ଛାତ୍ର ମୃତ୍ୟୁ ନେଇ ରାୟଗଡ଼ାରେ ଉତ୍ତେଜନା । ସ୍କୁଲ ଆଗରେ ଶବ ରଖି ପ୍ରତିବାଦ । ରାୟଗଡ଼ା ପାଇକଡ଼ାକୁଲୁଗୁଡ଼ା ବିଦ୍ୟାଳୟରେ ନିଆଁଲାଗି ୪ ଛାତ୍ର ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ର ବିରେନ ଟାକ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ମୃତଦେହକୁ ସ୍କୁଲ ଆଗରେ ରଖି ନ୍ୟାୟ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଛନ୍ତି ଲୋକେ । ଚିକିତ୍ସାରେ ଅବହେଳାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ ଅଭିଯୋଗ କରି ମୃତ ଶରୀରକୁ ବିଦ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରୁଛନ୍ତି ।ମୃତ ଛାତ୍ରଙ୍କ ପରିବାର ଓ ଗାଁଲୋକେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି । ଗତ ଜାନୁଆରି ୫ତାରିଖରେ ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଇଥିଲା । ଏହି ଘଟଣାରେ ୪ଜଣ ଛାତ୍ର ପୋଡ଼ି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ ।
ଗୁରୁତର ଆହତ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୪୮ଦିନ ପରେ ଜୀବନ ସହ ସଂଘର୍ଷ କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିବାବେଳେ ମୁନିଗୁଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରାଶାସନିକ ଅଧିକାରୀ ପହଞ୍ଚିନାହାଁନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ