କରପ୍ଟ ପ୍ରାକ୍ଟିସ୍ ବନ୍ଦ ହେଉ:ଆଇନ ମନ୍ତ୍ରୀ

ଭୁବନେଶ୍ଵର : ଖଣି ବାବୁଙ୍କ ଘରେ ଟଙ୍କା ଖଣି। କଟକ ସର୍କଲ ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼। ଭିଜିଲାନ୍ସ ରେଡ୍ ବେଳେ ୨ ବିଏଚକେ ଫ୍ଲାଟ୍ ରୁ ମିଳିଲା ୪ କୋଟି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ। ଘରେ ଖୋଲିଥିଲେ ମିନି ବ୍ୟାଙ୍କ୍। ଲାଗୁଛି ଦେବବ୍ରତଙ୍କ ଶ୍ରୀ ବିହାର ଘରେ ବିଜେ ହୋଇଥିଲେ ସ୍ଵୟଂ ଲକ୍ଷ୍ମୀ। ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ। ୪ କୋଟିରେ ପହଞ୍ଚିଲାଣି ୩୦ ହଜାର ଟଙ୍କା ଲାଞ୍ଚ ଘଟଣା। ଭିଜିଲାନ୍ସ ଯେତେ ଖୋଳୁଛି ସେତେ ବାହାରୁଛି। ସମସ୍ତଙ୍କୁ ତାଜୁବ କରୁଛି ଏହି ଘଟଣା। ଖାଲି ଦେବବ୍ରତ ଆହୁରି ଏମିତି ଅନେକ କୁବେର ବାବୁ ଅଛନ୍ତି ? ସେପଟେ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଟଙ୍କା ଖଣି ଦେଖି ଆଇନ ମନ୍ତ୍ରୀ ବି କାବା । କହିଲେ ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା। ଆଗାମୀ ଦିନରେ ଚଢାଉ ଆହୁରି ତୀବ୍ରତର ହେବ। ଦୁର୍ନୀତି ବିରୁଦ୍ଧରେ ଆମ ସରକାରର ଶୂନ୍ୟ ସହନଶୀଳତା ନୀତି ରହିଆସିଛି। ଯିଏ ଦୁର୍ନୀତି କରିବେ ସେ ଅସୁବିଧାରେ ପଡିବେ, ସେଇ ଆଧାରରେ ସରକାର ଆଗେଇ ଚାଲିଛନ୍ତି। ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର ହେଉ, କରପ୍ଟ ପ୍ରାକ୍ଟିସ୍ ବନ୍ଦ ହେଉ। ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ।

  • Related Posts

    କନଷ୍ଟେବଳଙ୍କ ଆତ୍ମହୂତି ଉଦ୍ୟମ

    ବ୍ରହ୍ମପୁର: ବ୍ରହ୍ମପୁର ସହରର ଜଣେ ପୁଲିସ କନଷ୍ଟେବଳ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହୂତି ଉଦ୍ୟମ କରିଛନ୍ତି। ସେ ହେଲେ ବିଜିପୁର ପୁଲିସ କଲୋନୀର ଆଶୁତୋଷ ମୃଦଙ୍ଗିଆ(୪୨)। ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ତାଙ୍କ ପିଠି ସମେତ ଅନ୍ୟାନ୍ୟ ସ୍ଥାନ ପୋଡି…

    Continue reading
    ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ବାଲିଗୁଡା: ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ଶନିବାର ଭିଜିଲାନ୍ସର ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ